ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ଜଣେ ପରିବା ବିକାଳି କରୋନାରେ ସଂକ୍ରମିତ ହୋଇଛନ୍ତି। ପ୍ରତିଦିନ ବିକ୍ରି କରିବା ବେଳେ ପାଖାପାଖି ୨୦୦୦ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି। ଏହାକୁ ନଜରରେ ରଖି ଆଗ୍ରାର ଆନନ-ଫାନନରେ ପ୍ରଶାସନ କଟକଣା ଲଗାଇଛି। ଏହି ସ୍ଥାନରେ ବସବାସ କରୁଥିବା ୨ ହଜାରରୁ ଅଧିକ ଲୋକଙ୍କୁ ନିଜ ନିଜ ଘରେ ଏକାନ୍ତବାସରେ ରହିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଆଗାମୀ ଦିନରେ ଏହା କମ୍ୟୁନିଟି ସୁପରେ ସ୍ପ୍ରେଡ ହୋଇପାରେ ବୋଲି ଆଶଙ୍କା କରାଯାଉଛି।
କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣଙ୍କ ଅଟୋ ଚଳାନ୍ତି। ହେଲେ ଲକଡାଉନ୍ ବେଳେ ଗୁଜୁରାଣ ମେଣ୍ଟାଇବାକୁ ଯାଇ ସେ ପରିବା ବିକ୍ରି କରୁଥିଲେ। ନିକଟରେ ସେ ଅସୁସ୍ଥ ହୋଇ ପଡ଼ିବା ପରେ ତାଙ୍କର କରୋନା ପରୀକ୍ଷା ହୋଇଛି। ରେଜଲ୍ଟ ପଜିଟିଭ୍ ଆସିଛି। ଏବେ ଜିଲ୍ଲା ପ୍ରଶାସନ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଆରମ୍ଭ କରିଛି ପ୍ରକ୍ରିୟା। ଯଦି ସେ ଅଟୋ ଚଳାଇବା ବେଳେ କରୋନାରେ ସଂକ୍ରମିତ ହୋଇଥିବେ ତାହେଲେ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଥିଲେ। ଆଉ ଯଦି ପରିବା ବିକିବା ବେଳେ କରୋନାରେ ସଂକ୍ରମିତ ହୋଇଥିବେ ତାହାଲେ କାହା ସଂସ୍ପର୍ଶରେ ଆସିବାରୁ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ସେ କେଉଁ ଲୋକଙ୍କ ସହ ସଂସ୍ପର୍ଶରେ ଆସିଛନ୍ତି। ଯାହାକି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥା ପାଲଟିଛି।
ଅନ୍ୟପଟେ ଉତ୍ତର ପ୍ରଦେଶରେ ଆଗ୍ରା କରୋନାର ହଟସ୍ପଟ ବୋଲି ଚିହ୍ନଟ ହୋଇଛି। ଶନିବାର ୪୫ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ଏଯାବତ ୨୪୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି।
from Odisha Reporter https://ift.tt/3eIl0Hg
No comments:
Post a Comment