ପୁରୀର ଦାନଗହିର ଗାଁ ୧୧ ଦିନ ପାଇଁ ଶଟ୍ ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 4, 2020

ପୁରୀର ଦାନଗହିର ଗାଁ ୧୧ ଦିନ ପାଇଁ ଶଟ୍ ଡାଉନ୍‌

ପୁରୀ (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର, କଟକ ଓ ଭଦ୍ରକ ସହର ପରେ ଆଜି ପୁରୀ ଜିଲ୍ଲା ପିପିଲି ବ୍ଲକ ଦାନଗହିର ଗାଁକୁ ଶଟ୍ ଡାଉନ୍ ଘୋଷଣା କରାଯାଇଛି। ପୁରୀ ଜିଲ୍ଲାପାଳ ଏହି ଗାଁକୁ ୧୧ ଦିନ ପାଇଁ ଶଟ୍ ଡାଉନ୍ ଘୋଷଣା କରିଛନ୍ତି। ଗାଁରେ ଜଣେ ବ୍ୟକ୍ତିଙ୍କ ଠାରେ କରୋନା ପଜିଟିଭ୍ ମିଳିବା ପରେ ଏହି ପଦକ୍ଷେପ ନିଆଯାଇଛି।

ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ, ଆଜି ସକାଳ ୭ଟାରୁ ଏହି ଶଟ୍ ଡାଉନ୍ ଲାଗୁ ହୋଇଛି। ଏହା ଏପ୍ରିଲ୍ ୧୪ ତାରିଖ ମଧ୍ୟରାତ୍ର ଯାଏ ଚାଲିବ।

ଦାନଗହିର ଗାଁକୁ ଶଟ୍ ଡାଉନ୍ କରାଯାଇଥିବା ବେଳେ ଏହାର ଚତୁଃପାର୍ଶ୍ୱକୁ ଆବଦ୍ଧ ଅଞ୍ଚଳ ଘୋଷଣା କରାଯାଇଛି। ଦାନଗହିର ଛକ, ଜୟପୁର ଛକ ଓ ଜୟପୁର ଶାସନ ଛକ ଆବଦ୍ଧ ଅଞ୍ଚଳ ଭାବେ ଘୋଷଣା ହୋଇଛି। ଆବଦ୍ଧ ଅଞ୍ଚଳରୁ କେହି ବାହାରକୁ ବାହାରିବା ମନା। ଏପରିକି ଆବଦ୍ଧ ଅଞ୍ଚଳ ମଧ୍ୟକୁ କୌଣସି ବାହାର ବ୍ୟକ୍ତିଙ୍କୁ ମଧ୍ୟ ପ୍ରବେଶ ମନା। ଆବଦ୍ଧ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ। ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଏହା ସହିତ ଉପଜିଲ୍ଲାପାଳଙ୍କୁ ଆବଦ୍ଧ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ୱ ବୁଝିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶାରୁ ଦିଲ୍ଲୀର ନିଜାମୁଦ୍ଦିନ ଧର୍ମସଭାକୁ ଯେତେ ଜଣ ଲୋକ ଯାଇଥିଲେ ସେମାନଙ୍କ ମଧ୍ୟରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି। ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସଥିବା ବେଳେ ତିନି ଜଣଙ୍କର ପଜିଟିଭ୍ ଆସିଛି। ସେହି ତିନି ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପୁରୀର ଏହି ଦାନଗହିର ଗାଁର ବାସିନ୍ଦା। ସେହିପରି ଏଯାବତ୍ ଓଡ଼ିଶାରେ ମୋଟ ୨୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇସାରିଛନ୍ତି।



from Odisha Reporter https://ift.tt/2xM3rFe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages