ଏସି ଦ୍ୱାରା କ’ଣ ସତରେ ବଢ଼ିଥାଏ କରୋନା ସଂକ୍ରମଣ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

ଏସି ଦ୍ୱାରା କ’ଣ ସତରେ ବଢ଼ିଥାଏ କରୋନା ସଂକ୍ରମଣ?

ନୂଆଦିଲ୍ଲୀ: ବିଶ୍ୱର ୨୧୦ ଦେଶକୁ କରୋନା କବଳିତ କରିସାରିଥିବା ବେଳେ ଏଥିଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଆମ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୦ ପାର ହୋଇସାରିଲାଣି। ଆଉ ଏଭଳି ସ୍ଥିତିରେ କରୋନା ନେଇ ସୋଶାଲ୍ ମିଡିଆରେ ଅନେକ କଥା ପ୍ରଚାର ହେଉଛି। ସୋଶାଲ ମିଡ଼ିଆରେ ହେଉଥିବା ପ୍ରଚାର ମଧ୍ୟରୁ ଗୋଟିଏ ହେଉଛି ଏସି ଲଗାଇବା ଦ୍ୱାରା କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଥାଏ। ତେବେ ଆସନ୍ତୁ ଏହାର ସତ୍ୟାସତ୍ୟ ବିଷୟରେ ଜାଣିବା।

ବିଷେଶଜ୍ଞଙ୍କ କହିବା ଅନୁଯାୟୀ, ମୁଖ୍ୟତଃ ହସ୍‌ପିଟାଲ୍‌, ହୋଟେଲ ଓ ଅଫିସ୍‌ ଆଦି ସ୍ଥାନରେ ସେଣ୍ଟ୍ରାଲ ଏସି ଲାଗିବା ଦ୍ୱାରା ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ। କିନ୍ତୁ ସିଙ୍ଗଲ ୟୁନିଟ୍ ଏସି- ଯେପରିକି ୱିଣ୍ଡୋ ଏସି ଅବା କାର୍ ଏସିରେ ଏହି ଆଶଙ୍କା କମ୍‌ ରହିଥାଏ।

‘ଆଜ୍‌ତକ୍‌’ର ଏକ ରିପୋର୍ଟ ଅନୁଯାୟୀ, ଏମ୍ସର ଡାଇରେକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ ଏସି ଦ୍ୱାରା କରୋନା ସଂକ୍ରମଣ ଆଶଙ୍କା ସେତେବେଳେ ରହିଥାଏ ଯେତେବେଳେ କ୍ରଶ୍‌ ଭେଣ୍ଟିଲେସନ୍ ହୋଇଥାଏ। ଯଦି ଆପଣଙ୍କ ଘରେ ୱିଣ୍ଡୋ ଏସି ଲାଗିଛି, ତା’ହେଲେ ସେହି ରୁମ୍‌ର ବାୟୁ ସେଠାରେ ହିଁ ରହିବ। ଆଉ ଏହା ଦ୍ୱାରା କରୋନା ସଂକ୍ରମଣର ଆଶଙ୍କା ରହି ନଥାଏ।

ସେଣ୍ଟ୍ରାଲ ଏସିରୁ କିପରି କରୋନା ସଂକ୍ରମଣ ଆଶଙ୍କା ବଢ଼ିଥାଏ ?

ଫେଲିକ୍ସ ହସ୍‌ପିଟାଲ୍‌ର ଡାକ୍ତର ଡି. କେ ଗୁପ୍ତା କହିଛନ୍ତି ଯେ ସେଣ୍ଟ୍ରାଲ ଏସି ଦ୍ୱାରା କରୋନା ଭାଇରସ୍‌ର ସଂକ୍ରମଣ ଗୋଟିଏ ରୁମ୍‌ରୁ ଅନ୍ୟ ରୁମ୍‌କୁ ଅତି ସହଜରେ ପହଞ୍ଚିପାରେ। ସେଥିପାଇଁ ହେଲ୍‌ଥ କେୟାର ସେଣ୍ଟର ଓ ଅଧିକ ଲୋକ ଏକତ୍ରିତ ହେଉଥିବା ଅନ୍ୟ ସମସ୍ତ ସ୍ଥାନରେ ସେଣ୍ଟ୍ରାଲ୍‌ ଏସି ବ୍ୟବହାର କରିବା ଅନୁଚିତ। ଏହା ବ୍ୟତୀତ କମ୍‌ ତାପାମାତ୍ରା ମଧ୍ୟ ଏହି ଭାଇରସ୍‌କୁ ବଢ଼ିବାକୁ ସୁଯୋଗ ଦିଏ। ଏହା କୁହାଯାଉଛି ଯେ ୨୫ ରୁ ୩୫ ଡିଗ୍ରୀ ତାପମାତ୍ରା ମଧ୍ୟରେ ଏହି ଭାଇରସ ଖୁବ୍‌ ଶୀଘ୍ର ବୃଦ୍ଧି ପାଇଥାଏ। ସେଥିପାଇଁ ଖରାଦିନେ ଏସି ଠାରୁ ଦୂରେଇ ରହିଲେ ଭଲ।

ଡାକ୍ତରଙ୍କ କହିବାନୁଯାୟୀ, ୪୦ଡିଗ୍ରୀରୁ ଅଧିକ ତାପମାତ୍ରା ଏହି ଭାଇରସର ବୃଦ୍ଧିରେ ଅନ୍ତରାୟ ସୃଷ୍ଟି ହୋଇଥାଏ। ତେଣୁ ଗରମ ବଢ଼ିଲେ ଏହି ମାରାତ୍ମକ ଭାଇରସର କୋପ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।

(ସୌଜନ୍ୟ- ଜନସତ୍ତା)

 



from Odisha Reporter https://ift.tt/2VzFQjg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages