ଚାଷୀଙ୍କୁ ସହଯୋଗ ପାଇଁ ଏମ୍.ଏସ୍ ସ୍ୱାମୀନାଥନଙ୍କ ପରାମର୍ଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

ଚାଷୀଙ୍କୁ ସହଯୋଗ ପାଇଁ ଏମ୍.ଏସ୍ ସ୍ୱାମୀନାଥନଙ୍କ ପରାମର୍ଶ

ନୂଆଦିଲ୍ଲୀ: ଜଣାଶୁଣା କୃଷି ବୈଜ୍ଞାନିକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏମ୍. ଏସ୍ ସ୍ୱାମୀନାଥନ ଲକଡାଉନ ବେଳେ ଚାଷୀ ଓ ଚାଷର ଉନ୍ନତୀ ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କରୋନା ସଂକ୍ରମଣକୁ ଦୂରେଇବା ପାଇଁ ସାରା ଦେଶ ଲକଡାଉନ୍ ରହିଛି। ଏଭଳି ସ୍ଥିତିରେ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ତେଣୁ ଚାଷୀଙ୍କ ଅର୍ଥନୀତିରେ ସୁଧାର ଆଣିବା ପାଇଁ ସ୍ୱାମୀନାଥନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।

ମେ ୩ ପର୍ଯ୍ୟନ୍ତ ଲକଡାଉନ୍ ଅବଧି ବୃଦ୍ଧି ପାଇଛି। ଏହି ସମୟରେ କୃଷି କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁମତି ଦେଇଥିବାରୁ ଏଭଳି ପଦକ୍ଷେପକୁ ସ୍ୱାମୀନାଥନ ସ୍ୱାଗତ କରିଛନ୍ତି। ହେଲେ ଏହି ସମୟରେ ଚାଷୀଙ୍କୁ ଆବଶ୍ୟକ କୃଷି ଉପକରଣ, ଔଷଧ, ବିହନ ଆଦି ଯୋଗାଇ ଦେବାକୁ କହିଛନ୍ତି ସ୍ୱାମୀନାଥନ।

ତାଙ୍କ ନେତୃତ୍ୱାଧୀନ ସ୍ୱାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା କୁହାଯାଇଛି, ପ୍ରାଥମିକ ଭାବରେ ଶୀତଳ ଭଣ୍ଡାର କିମ୍ବା ଅନ୍ୟାନ୍ୟ ସଂରକ୍ଷଣ ସୁବିଧା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ବଜାର ଖୋଲା ନହେବା ପର୍ଯ୍ୟନ୍ତ ଶୀତଳ ଭଣ୍ଡାରରେ ଚାଷୀ ତାର ଉତ୍ପାଦକୁ ଶୀତଳ ଭଣ୍ଡାରରେ ସଂରକ୍ଷଣ କରି ରଖିପାରିବ।

କ୍ଷୀର ଏବଂ କ୍ଷୀର ଜାତ ସାମଗ୍ରୀର ସଂରକ୍ଷଣ ପାଇଁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (NDDB) ଜାତୀୟ ଉଦ୍ୟାନ କୃଷି ବିକାଶ ବୋର୍ଡକୁ ସମସ୍ତ ପ୍ରକାର ସହଯୋଗ କରିବା ଦରକାର।
ଆଗାମୀ ଖରିଫ ଋତୁ ପାଇଁ କ୍ଷୁଦ୍ର ଚାଷୀଙ୍କୁ ଭଲ ମାନର ବିହନ ସହିତ ବାୟୁ, ମୃତ୍ତିକା ଏବଂ ଭୂପୃଷ୍ଠରେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ କରି ଚାଷକୁ ଆଗକୁ ବଢ଼ାଇବା ଦରକାର। ଯାହା ଦ୍ୱାରା ମାଟି ତଳେ ଥିବା ଉଦ୍ଭିଦ ଆବଶ୍ୟକ ଉପକରଣ ପାଇଲା ପରେ ଖୋଲିବ।

ସେହିପରି ମହିଳା କୃଷକମାନଙ୍କ ପ୍ରତି ଧ୍ୟାନ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। କାରଣ ଚାଷ କାର୍ଯ୍ୟରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଏ ନେଇ ଦେଶରେ ମହିଳାଙ୍କ ଦ୍ୱାରା ହୋଇଥିବା ଦୁଗ୍ଧ ବିପ୍ଳବର ଉଦାହରଣ ଦେଇଛନ୍ତି।

ମହିଳା କୃଷକମାନେ ମଧ୍ୟ କୃଷି କ୍ଷେତ୍ରରେ ଆଗରେ ଅଛନ୍ତି। ଦେଶର ଏଭଳି ସ୍ଥିତିରେ ସେମାନଙ୍କୁ ବୈଷୟିକ ଜ୍ଞାନ କୌଶଳ ବାବଦରେ ଅବଗତ କରାଇବା ସହିତ ସେମାନଙ୍କର ଅର୍ଥନୀତି ସଶକ୍ତିକରଣ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି। ଏଭଳି ରଣନୀତି କ୍ଷୁଦ୍ର ଚାଷୀଙ୍କୁ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରିବ ବୋଲି ସେ କହିଛନ୍ତି।



from Odisha Reporter https://ift.tt/2VgSDbt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages