ଲକ୍‌ଡାଉନ୍‌ ଯୋଗୁ ବନ୍ଧା ପଡ଼ିଛି ଜୀବନ, ଗୁହାରୀ ଜଣାଇଲେ କିଡନୀ ରୋଗୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 16, 2020

ଲକ୍‌ଡାଉନ୍‌ ଯୋଗୁ ବନ୍ଧା ପଡ଼ିଛି ଜୀବନ, ଗୁହାରୀ ଜଣାଇଲେ କିଡନୀ ରୋଗୀ

ରେଢାଖୋଲ(ରମାକାନ୍ତ ମହାନନ୍ଦ): ଲକ୍‌ଡାଉନ୍‌ ଯୋଗୁ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଘରୁ ଗୋଡ କାଢ଼ିବାକୁ ଡର ଲାଗୁଛିl ଗୋଟିଏ ପଟେ କରୋନା ସଂକ୍ରମଣ ଆଶଙ୍କା ରହୁଥିବା ବେଳେ ଅନ୍ୟ ପଟେ ପୁଲିସ ଲାଠିକୁ  ବି ଡର ଘାରୁଛି l ଏପରି ସମୟରେ ଲୋକେ ହାତ ବାନ୍ଧି ଘରେ ବସିଥିବା ବେଳେ ମେଡିକାଲ ଯିବାକୁ ବି ସାହସ ଜୁଟୁନି l ଏପରିକି ଲକ୍‌ଡାଉନ୍‌ ଯୋଗୁ ଡାକ୍ତରଖାନା ଯାଇ  ନ  ପାରି ଜୀବନ ବଞ୍ଚାଇବା ପାଇଁ ସରକାରଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି  ଜଣେ କିଡ଼ନୀ ରୋଗୀ। ସେ ହେଉଛନ୍ତି ସମ୍ୱଲପୁର ଜିଲ୍ଲା ରେଢାଖୋଲ ବ୍ଳକ୍‌ ବଂଶାଜାଲ ପଞ୍ଚାୟତ ହେଲେଇ ଗାଁର ବିଶେଶ୍ୱର ଦେହୁରୀ।

ବିଶେଶ୍ୱର ଦୁଇ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ଦୁଇଟି ଯାକ କିଡନୀ ଖରାପ ହୋଇଯାଇଥିବାରୁ ପଜେଟିପ ଡାଇଲିସିସ୍‌ କରାଯାଉଥିଲା। ବୁର୍ଲା ମେଡିକାଲରେ ଏହି ଡାଇଲିସିସ୍‌ର କୌଣସି ବ୍ୟବସ୍ଥା ନାହିଁ। ତେଣୁ ସେ ସପ୍ତାହକୁ ଥରେ କଟକ ବଡ଼ ମେଡିକାଲକୁ ଯାଇ ଡାଇଲିସିସ୍ କରି ଟ୍ରେନ୍‌ରେ ଫେରି ଆସୁଥିଲେ। 

ହେଲେ ଲକ୍‌ଡାଉନ୍‌ ହେବା ଦିନଠାରୁ ସେ ଆଉ ଡାଇଲିସିସ୍‌ କରିବାକୁ ଆସି ପାରୁ ନାହାନ୍ତି। ଯଦ୍ୱାରା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଥିବା ବେଳେ  ଶରୀର ଫୁଲି ଗଲାଣି। ଏବେ  କଟକ ବଡ଼ ଡାକ୍ତରଖାନା କିପରି ଯିବେ ସେ ଚିନ୍ତା ତାଙ୍କୁ ଘାରିଛି।

ଅନ୍ୟପକ୍ଷରେ ବିଶେଶ୍ୱରଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଭଲ ନାହିଁ। ସେ ଟେଲର କାମ କାରି ପରିବାର ପୋଷୁଥିଲେ।   କିଡନୀ ରୋଗରେ ପୀଡ଼ିତ ହେବା ଦିନଠାରୁ ଖଟରେ ତାଙ୍କ ଜୀବନ ବିତୁଛି ।

ଏନେଇ ବିଶେଶ୍ୱର କହିଛନ୍ତି,“ ମୁଁ ଦୁଇ ବର୍ଷ ହେଲା କିଡନୀ ରୋଗରେ ପୀଡ଼ିତ ଅଛି। ଟଙ୍କା ନଥିବାରୁ କଟକ ଯାଇ ପାରୁ ନାହିଁ। ଗାଡ଼ି ଭଡ଼ା କରି ଯିବାକୁ ମୋ ପାଖରେ ସମ୍ୱଳ ନାହିଁ। ଆଉ କରୋନା ରୋଗ ପାଇଁ ଭୟ ମଧ୍ୟ ଲାଗୁଛି। ପୂର୍ବରୁ ଟେଲର କାମ କରି ପରିବାର ଚଳାଉଥିଲି। ଏବେ ମୁଁ କିଛି କାମ କରିପାରୁ ନାହିଁ। ମାଗି ଯାଚି ଚଳୁଛୁ।”

ବିଶେଶ୍ୱରଙ୍କ ସ୍ତ୍ରୀ ନନ୍ଦିନୀ ଦେହୁରୀ କହିଛନ୍ତି,“ଲକ୍‌ଡାଉନ୍‌ ଯୋଗୁ କୁଆଡେ ଯାଇ ହେଉ ନାହିଁ। ଗାଡ଼ି ମଟରର ବି କିଛି ସୁବିଧା ନାହିଁ।”

ଗାଁର ଗଣ୍ଡା ଦେହୁରୀ କହିଛନ୍ତି,“ ସରକାର ସହଯୋଗ ନ କଲେ ସେ ଆଉ ବଞ୍ଚି ପାରିବେ  ନାହିଁ। ତେଣୁ ସରକାର  ତୁରନ୍ତ  ଏ  ଦିଗରେ  ପଦକ୍ଷେପ  ଗ୍ରହଣ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।”



from Odisha Reporter https://ift.tt/3bfTvCx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages