ବୋରିସ୍ ଜନସନଙ୍କୁ ମାରିଦେଲା ପାକିସ୍ତାନ,ଏବେ ଟ୍ରୋଲ୍ ହେଉଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 8, 2020

ବୋରିସ୍ ଜନସନଙ୍କୁ ମାରିଦେଲା ପାକିସ୍ତାନ,ଏବେ ଟ୍ରୋଲ୍ ହେଉଛି

ଇସଲାମାବାଦ: ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ କରୋନା ଭୂତାଣୁ ସଂକ୍ରମିତ ହୋଇ ଆସିଇୟୁରେ ଭର୍ତ୍ତି ହେବା ପରେ ସାରା ଦୁନିଆ ତାଙ୍କ ପାଇଁ ପ୍ରାର୍ଥନା କରୁଛି। ହେଲେ ଏଭଳି ଏକ ସମ୍ୱେଦନଶୀଳ ଘଟଣାକୁ ନେଇ ପାକିସ୍ତାନ ମିଡିଆ ନିଜର ବେପରୁଆ ନୀତିର ସବୁ ସୀମା ପାର କରିଦେଇଛି। ଦାୟିତ୍ୱହୀନ ପାକ୍ ମିଡିଆ ବୋରିସଙ୍କୁ ମୃତ ବୋଲି ଖବର ପ୍ରସାର କରି ପୁଣି ଥରେ ନିଜର ମିଥ୍ୟାଚାର ପ୍ରମାଣିତ କରିଛି।

ପ୍ରକାଶ ଥାଉ କି, ପାକିସ୍ତାନର ପ୍ରତିଷ୍ଠିତ ନ୍ୟୁଜ୍ ଚ୍ୟାନେଲ ‘ଡନ୍’ ଏହି ଖବର ପ୍ରସାରଣ କରିଛି। ଏହାପରେ ଚାରିଆଡ଼େ ପାକିସ୍ତାନକୁ କଡ଼ା ସମାଲୋଚନା ତଥା ନିନ୍ଦା କରାଯାଉଛି। ଉଭୟ ‘ଡନ୍’ ଚ୍ୟାନେଲ୍ ଏବଂ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ସୋଶାଲ ମିଡିଆରେ ଖୁବ୍ ଟ୍ରୋଲ୍ ହେଉଛନ୍ତି। ଅନ୍ୟପଟେ ଡ୍ରାଉନିଂ ଷ୍ଟ୍ରିଟ୍ ପକ୍ଷରୁ ବୋରିସ୍ ପୂର୍ବାପେକ୍ଷା ସୁସ୍ଥ ହେଉଥିବା ସୂଚନା ଦିଆଯାଇଛି।

ସବୁଠାରୁ ବଡ଼ ଦୁର୍ଭାଗ୍ୟର କଥା ହେଲା, ଏକ ପ୍ରତିଷ୍ଠିତ ଓ ଦାୟିତ୍ୱବାନ ନ୍ୟୁଜ୍ ଚ୍ୟାନେଲ ବୋଲାଉଥିବା ‘ଡନ୍’ ଏକ ସମ୍ବେଦନଶୀଳ ଖବରକୁ ନେଇ ଭୁଲ ତଥ୍ୟ କିଭଳି ପ୍ରସାରଣ କରିପାରିଲା! ତେବେ ଯାହା ଜଣାପଡ଼ିଛି, ବିବିସି ଚ୍ୟାନେଲର ଏକ ଫେକ୍ ସୋଶାଲ ମିଡିଆ ଆକାଉଣ୍ଟରୁ ମିଳିଥିବା ତଥ୍ୟ ଆଧାରରେ ‘ଡନ୍’ ଏଭଳି ବେପରୁଆ କାମ କରିଛି। ସୂଚନା ଯେ, ବିବିସିର ଏହି ଫେକ୍ ଆକାଉଣ୍ଟକୁ ମାତ୍ର 100 ଜଣ ଫଲୋ କରୁଛନ୍ତି। ଏଣୁ ‘ଡନ୍’କୁ ଏଭଳି ସମ୍ବେଦନଶୀଳ ଖବର ପ୍ରସାରଣ କରିବା ପୂର୍ବରୁ ପ୍ରଥମେ ତା’ର ସତ୍ୟାସତ୍ୟତା ଜାଣିବା ଉଚିତ୍ ଥିଲା। ତେବେ ପାକ୍ ମିଡିଆ କ’ଣ ସତରେ ଜାଣିପାରିଲା ନାହିଁ ତାହା ଏକ ଫେକ୍ ଆକାଉଣ୍ଟ ବା କେଉଁ ଅନ୍ୟ ଉଦ୍ଦେଶ୍ୟରେ ଏଭଳି କରିଛି?



from Odisha Reporter https://ift.tt/2RnqJIm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages