ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପାଇଁ ତବଲିଘି ଜମାତକୁ ସୁପର ସ୍ପ୍ରେଡର ବୋଲି କୁହାଯାଉଛି। କାରଣ ଏଯାବତ ୫,୭୩୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଜମାତ ସଦସ୍ୟ ଓ ତାଙ୍କ ସଂପର୍କରେ ଆସିଥିବା ବ୍ୟକ୍ତି। ଏହି ସଦସ୍ୟ ଖାଲି ଭାରତ ନୁହେଁ ପାକିସ୍ତାନରେ ମଧ୍ୟ ସୁପର ସ୍ପ୍ରେଡର ବୋଲି ଜଣାପଡ଼ିଛି। କଂଗ୍ରେସ ନେତା ମନୀଷ ତିଓ୍ୱାରୀ ଏକ ଭିଡିଓ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।
Interesting :it seems the Tabalegi Jamat has created problems in Pakistan too with regard to COVID-19.
Seems to be a sect issue. Do listen in pic.twitter.com/jfn0PXrJXD— Manish Tewari (@ManishTewari) April 8, 2020
ଏହି ଭିଡିଓଟି ପାକିସ୍ତାନର ଏକ ନ୍ୟୁଜ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଖବର। ଯେଉଁଥିରେ ପଞ୍ଜାବର ସ୍ୱାସ୍ଥ୍ୟ ଅଧିକାରୀ ୟଶମିନ୍ ରଶିଦ କହିଛନ୍ତି, ପାକିସ୍ତାନରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ପଞ୍ଜାବ (ପାକିସ୍ତାନ)ର। ପାକିସ୍ତାନରେ ଏହି ଭାଇରସ ବ୍ୟାପିବା ପଛର ମୂଳ କାରଣ ତବଲିଘି ଜମାତ। ଏଯାବତ୍ ପାକିସ୍ତାନରେ ୨୦୦୪ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିମଧ୍ୟରୁ ୧୩୧୪ ଜଣ ତବଲିଘି ଜମାତର ସଦସ୍ୟ ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବୋଲି ସେ କହିଛନ୍ତି।
ସେ ଆହୁରି କହିଛନ୍ତି, ଏଯାବତ ୧୦ ହଜାର ତବଲିଘି ଜମାତର ସଦସ୍ୟ ଏକାନ୍ତବାସରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩୫-୪୦ ପ୍ରତିଶତ କରୋନାରେ ସଂକ୍ରମିତ ଥିବେ ବୋଲି ରସିଦ ଆକଳନ କରିଛନ୍ତି।
from Odisha Reporter https://ift.tt/2JS2qhu
No comments:
Post a Comment