ଇନ୍ଦୋର: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଇନ୍ଦୋରର ଡାକ୍ତର ଶତ୍ରୁଘ୍ନ ପଞ୍ଜଓ୍ୱାନିଙ୍କର ମୃତ୍ୟୁ ହୋଇଛି।ସେ ହେଉଛନ୍ତି ଦେଶର ପ୍ରଥମ ଡାକ୍ତର ଯିଏକି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଗୁରୁବାର ସକାଳ ୪ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ ଡାକ୍ତର ଜଣଙ୍କ କୌଣସି କୋଭିଡ-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁନଥିଲେ। ବରଂ କୌଣସି କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବାରୁ ସେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଛି।
ମଧ୍ୟପ୍ରଦେଶରେ ବୁଧବାର ସୁଦ୍ଧା ୩୯୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯେଉଁଥିରୁ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଡାକ୍ତରଙ୍କୁ ମିଶାଇଲେ ମୃତକଙ୍କ ସଂଖ୍ୟା ୩୧ ଛୁଇଁଛି। ଇନ୍ଦୋରରୁ କେବଳ ୨୧୩ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ୧୪ ଜଣ ଆକ୍ରାନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ରହିଛି। ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଇନ୍ଦୋର ସମେତ ଅନେକ ସହରକୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଛି।
from Odisha Reporter https://ift.tt/3c1LCAM
No comments:
Post a Comment