ଘର ଆଉ କେତେ ବାଟ? ୩ ଦିନ ଚାଲିବା ପରେ ଟଳି ପଡ଼ିଲା ୧୨ ବର୍ଷର ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

ଘର ଆଉ କେତେ ବାଟ? ୩ ଦିନ ଚାଲିବା ପରେ ଟଳି ପଡ଼ିଲା ୧୨ ବର୍ଷର ଝିଅ

ବିଜାପୁର: କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନର କରୁଣ ଓ ଭୟଙ୍କର ରୂପ ଏବେ ସାମ୍ନାକୁ ଆସିଛି। ତେଲେଙ୍ଗାନାରୁ ଦୀର୍ଘ ୧୫୦ କିମି ଦୂର ଛତିଶଗଡ଼ର ବିଜାପୁରକୁ ପାଦରେ ଚାଲିଚାଲି ଆସୁଥିବା ଜଣେ ୧୨ ବର୍ଷୀୟ ଝିଅର ଦୁଃଖଦ ମୃତ୍ୟୁ ଘଟିଛି।

କ୍ରମାଗତ ୩ ଦିନ କାଳ ଚାଲିବା ପରେ ଶେଷରେ ଝିଅଟି ଘର ପାଖରୁ ଆଉ କିଛି କିମି ଦୂରରେ ସବୁ ଦିନ ପାଇଁ ଆଖି ବୁଜି ଦେଇଛି। ଘରେ ପହଞ୍ଚିବା ପାଇଁ ସେ ଦେଖିଥିବା ସ୍ୱପ୍ନ ଅଧାରେ ହିଁ ରହି ଯାଇଛି। ଏହି ଝିଅଟିର ନାଁ ଜମଲୋ ମକଡମ। ପରିବାର ପାଇଁ ଅର୍ଥ ଉପାର୍ଜନ କରିବାକୁ ସେ ତେଲେଙ୍ଗାନାର ଏକ ଲଙ୍କା ଫ୍ୟାକ୍ଟ୍ରିରେ କାମ କରୁଥିଲେ। ହେଲେ ଏହି କରୋନା ପାଇଁ ଲାଗୁ ହୋଇଥିବା ଲକଡାଉନ ସବୁ କିଛି ଶେଷ କରି ଦେଇଛି।

ପ୍ରଥମ ପର୍ଯ୍ୟାୟ ଲକଡାଉନ ବେଳେ ଜମଲୋ ତେଲେଙ୍ଗାନାରେ ହିଁ ରହିଥିଲେ। ହେଲେ ଲକଡାଉନ ଅବଧି ବଢ଼ିବାରୁ ସେ ବାଧ୍ୟ ହୋଇ ପାଦରେ ଚାଲିଚାଲି ଘରକୁ ଆସିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଘରକୁ ଫେରିବା ପାଇଁ ତାଙ୍କୁ କୌଣସି ଗାଡ଼ି ମଟର କିମ୍ବା ସରକାରୀ ସହଯୋଗ ମିଳି ନଥିଲା। ଫଳରେ ଜମଲୋ ୧୫୦ କିମି ରାସ୍ତା ଅତିକ୍ରମ କରିବା ପାଇଁ ପଣ କରି ଚାଲିଚାଲି ଯିବାକୁ ନିଷ୍ପତ୍ତି ନେଇଥିଲେ। ଝିଅଟି ସହ ତେଲାଙ୍ଗାନାର ଲଙ୍କା ଫ୍ୟାକ୍ଟ୍ରିରେ କାମ କରୁଥିବା ଆଉ ୧୧ ଜଣ ମଧ୍ୟ ଏପ୍ରିଲ ୧୫ରୁ ତାଙ୍କ ସହ ଚାଲିବା ଆରମ୍ଭ କରିଥିଲେ।

ଜାତୀୟ ରାଜପଥ ବଦଳରେ ଜଙ୍ଗଲ ପଥରେ ଗଲେ ଦୂରତା କମ ହେବ ବୋଲି ସମସ୍ତେ ଚିନ୍ତା କରିଥିଲେ। ଯୋଜନା ଅନୁଯାୟୀ, ସମସ୍ତେ ଏକାଠି ଛତିଶଗଡ଼ ଅଭିମୁଖେ ଆସିଥିଲେ। ତେବେ ଶନିବାର ମଧ୍ୟାହ୍ଣରେ ହଠାତ୍‌ ଅଘଟଣ ଘଟିଥିଲା। ଜମଲୋ ପେଟରେ ଯନ୍ତ୍ରଣା ଅନୁଭବ କରିବା ସହ ଆଉ ଆଗକୁ ବଢ଼ି ପାରି ନଥିଲେ।

ଏହି ସମୟରେ ସେ ଘର ଠାରୁ ମାତ୍ର ୧୪ କିମି ଦୂରରେ ରହିଥିଲେ। ଇଚ୍ଛା ଥିଲା ଘରେ ପହଞ୍ଚିବାକୁ। ହେଲେ ୩ ଦିନ କାଳ ଚାଲିଚାଲି ଆସିଥିବାରୁ ସେ ଆଗକୁ ଯିବାକୁ ଏକ ପ୍ରକାରର ଅକ୍ଷମ ହୋଇଯାଇଥିଲେ। ଶେଷରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଘରକୁ ନିଆଯାଇଥିଲା। କିନ୍ତୁ ଅଧା ରାସ୍ତାରେ ହିଁ ବାନ୍ତି କରିବା ସହ ଜମଲୋ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ।

ମୃତ୍ୟୁ ପରେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ହେଲେ ଏହା ନେଗେଟିଭ ଆସିଛି। ଅପପୁଷ୍ଟି ଓ ଡିହାଇଡ୍ରେଡେଟ ଯୋଗୁ ଝିଅଟି ପ୍ରାଣ ହରାଇଥିବା ଡାକ୍ତରମାନେ କହିଛନ୍ତି। ରାଜ୍ୟ ସରକାର ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଝିଅଟିର ପରିବାର ଲୋକଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି।



from Odisha Reporter https://ift.tt/2xOtEmG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages