ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ଏଣିକି ଆମେରିକାରେ ରହିପାରିବେନି ବାହାର ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 20, 2020

ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ଏଣିକି ଆମେରିକାରେ ରହିପାରିବେନି ବାହାର ଲୋକ

ୱାଶିଂଟନ: ମହାମାରୀ କରୋନା ଯୋଗୁଁ ଉତ୍ପନ୍ନ ସଙ୍କଟର ସମ୍ମୁଖୀନ ହୋଇଥିବା ଆମେରିକା ଏବେ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଆମେରିକାରେ କୌଣସି ବିଦେଶୀ ନାଗରିକ ବସବାସ କରିପାରିବେ ନାହିଁ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ବର୍ତ୍ତମାନ ଆମେରିକା ଅଦୃଶ୍ୟ ଶତ୍ରୁ ସହ ଲଢ଼େଇ କରୁଛି। ଏହି ଲଢ଼େଇ ସହ ଆମକୁ ମହାନ ଆମେରିକା ନାଗରିକଙ୍କ ନିଯୁକ୍ତି କଥା ମଧ୍ୟ ଚିନ୍ତା କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ମୁଁ ଆମେରିକାରେ ପ୍ରବେଶ ପାଇଁ ଆବଶ୍ୟକ ଇମିଗ୍ରେସନ ଭିସାକୁ ଅସ୍ଥାୟୀ ଭାବେ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ଶୀଘ୍ର ଏକ ଏଜ୍‌କ୍ୟୁଟିଭ ଅର୍ଡ଼ରରେ ଦସ୍ତଖତ କରିବି। ଏହାଦ୍ୱାରେ ଆମେରିକାରେ ବାହାର ଲୋକମାନେ ଅବସ୍ଥାନ କରିପାରିବେ ନାହିଁ।”

ଏହି ନିର୍ଦ୍ଦେଶନାମାର ଅର୍ଥ ଏହି ଆଦେଶ ବଳବତ୍ତର ଥିବା ଯାଏଁ ବାହାର ଦେଶର ନାଗରିକମାନେ ଆମେରିକାର ନାଗରିକତା ପାଇପାରିବେ ନାହିଁ କିମ୍ବା ଏଥିପାଇଁ ଆବେଦନ କରିପାରିବେ ନାହିଁ। ଆମେରିକାରେ ଚାକିରି ଓ ବ୍ୟବସାୟ କରିବା ପାଇଁ ଅନେକ ଲୋକ ଯାଇଥାଆନ୍ତି। କିଛି ବର୍ଷ ସେଠାରେ ରହିବା ପରେ ସେମାନେ ଆମେରିକାର ନାଗରିକତ୍ୱ ଗ୍ରହଣ କରିନିଅନ୍ତି।

ବିଶେଷ କରି ୟୁରୋପରୁ ନାଗରିକମାନେ ଆମେରିକାକୁ ଯାଇଥାଆନ୍ତି। ଭାରତ ଓ ଅନ୍ୟ ଏସିଆ ଦେଶରୁ ବି ଲୋକମାନେ ବହୁ ସଂଖ୍ୟାରେ ଆମେରିକାରେ କାମ କରିବାକୁ ଯାଉଛନ୍ତି। କିନ୍ତୁ ଏବେ ଟ୍ରମ୍ପ ସମସ୍ତ ପ୍ରକାରର ଇମିଗ୍ରେସନ ଉପରେ ରୋକ ଲଗାଇ ଦେଇଛନ୍ତି।

କରୋନା ଯୋଗୁ ଆମେରିକାରେ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି। ଏଥିପାଇଁ ୪୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି। କରୋନା କଟକଣା ପାଇଁ ଅର୍ଥନୀତି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ପ୍ରାୟ ୨୨ ନିୟୁତ ଆମେରିକା ନାଗରିକ ବେକାରୀ ପାଇଁ ସରକାର ପ୍ରଣୟନ କରିଥିବା ଯୋଜନାର ହିତାଧିକାରୀ ହେବାକୁ ଆବେଦନ କରିଛନ୍ତି। ଦେଶରେ ବେକାରୀ ସମସ୍ୟା ବଢ଼ୁଥିବାରୁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।



from Odisha Reporter https://ift.tt/3cD6Fdl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages