ଭୁବନେଶ୍ୱର(ଓଡିଶା ରିପୋର୍ଟର):ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଓ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ମେ’ ୩ ତାରିଖ ଯାଏ ବନ୍ଦ ରହିବ। ରାଜ୍ୟର ଏହି ୨ ପ୍ରମୁଖ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ରେଭେନ୍ସାରେ ୧୭ ଜୁନ୍ ଯାଏ କ୍ଲାସ୍ ବନ୍ଦ ରହିବ। କିନ୍ତୁ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନରେ ଶିକ୍ଷା ଜାରି ରହିବ। ଏହି ସମୟରେ ଅଫିସ୍ କର୍ମଚାରୀ ଏବଂ ଅନ୍ୟାନ୍ୟ ଷ୍ଟାଫ୍ ଅଫିସରେ ଉପସ୍ଥିତ ରହିବେ।
ସୂଚନାଯୋଗ୍ୟଯେ ,ଲକ୍ଡାଉନ୍ ଯୋଗୁ ସମଗ୍ର ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ରହିବା ଯୋଗୁ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହେଉଛି।
from Odisha Reporter https://ift.tt/2Kmzq1S
No comments:
Post a Comment