କରୋନା କବଜାରେ ଆମେରିକା, ମୃତ୍ୟୁସଂଖ୍ୟା ୫ ହଜାର ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

କରୋନା କବଜାରେ ଆମେରିକା, ମୃତ୍ୟୁସଂଖ୍ୟା ୫ ହଜାର ଡେଇଁଲା

ୱାଶିଂଟନ: ମହାମାରୀ କରୋନା କବଳରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ସବୁ ଅତ୍ୟାଧୁନିକ ବ୍ୟବସ୍ଥା ସତ୍ତ୍ୱେ ଏଠାରେ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ି ଚାଲିଛି। ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୧ ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫ ହଜାର ଅତିକ୍ରମ କରିଯାଇଛି।

କୌଣସି ମହାମାରୀର କିମ୍ବା ଆତଙ୍କବାଦୀ ଆକ୍ରମଣରେ କେବେ ବି ଆମେରିକାରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯାଇ ନଥିଲା ୧୮ ବର୍ଷ ତଳେ ୯/୧୧ ଓ୍ୱାର୍ଲଡ ଟ୍ରେଡ୍ ସେଣ୍ଚର ଆତଙ୍କବାଦୀ ଆକ୍ରମଣରେ ୩ ହଜାର ଲୋକ ପ୍ରାଣ ହରାଇଥିଲେ। ହେଲେ କରୋନା ଏହି ସଂଖ୍ୟାକୁ ଅତିକ୍ରମ କରିଯାଇଛି।

ସ୍ଥିତି ଏମିତି ହୋଇଛି ଯେ ଆଗାମୀ ଦୁଇ ସପ୍ତାହ ଦେଶ ପାଇଁ ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି ଡୋନାଲଡ୍ଟ ଟ୍ରମ୍ପ ଦେଶବାସୀଙ୍କୁ ଚେତାଇ ଦେଇଛନ୍ତି। ପୂର୍ବରୁ ଟ୍ରମ୍ପ କରୋନା ଆମେରିକାର କିଛି କ୍ଷତି କରିପାରିବ ନାହିଁ ବୋଲି କହିଥିଲେ।

କରୋନା ଭୂତାଣୁ ଯୋଗୁ ୨୪ ଘଣ୍ଟାରେ ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିବାରୁ ଆମେରିକାରେ ମୃତ୍ୟୁସଂଖ୍ୟା ୫୧୧୬ ଛୁଇଁଛି। ସେହିପରି ୨,୧୫, ୩୦୦ରେ ପହଞ୍ଚି ଯାଇଛି। ଏଠାରେ ୮, ୮୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିଲେ ହେଁ ୨୦୧,୩୧୨ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୫,୦୦୫ ଜଣ ଅବସ୍ଥା ସଙ୍କଟାପନ୍ନ ରହିଛି।

ସଂକ୍ରମଣ ଏଭଳି ଉଦବେଗଜନକ ବେଗରେ ବଢୁଛି ଯେ ଏହା ଉପରେ ଲଗାମ ଲଗାଇବା ଲାଗି ଟ୍ରମ୍ପ ପ୍ରଶାସନ ସଂପୂର୍ଣ୍ଣ ବିଫଳ ହୋଇଛି। ଏବେ କରୋନା ଭୂତାଣକୁ ଆମେରିକାର ନମ୍ବର ଓ୍ୱାନ୍ ଶତ୍ରୁ ଭାବେ ଅଭିହିତ କରାଯାଇଛି। କରୋନା ଯୋଗୁ ନ୍ୟୁୟର୍କ ସିଟି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ତେଣୁ ଏହାକୁ କରୋନାର ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ କରୋନା ଆଗକୁ ଏକ ଲକ୍ଷରୁ ୨ ଲକ୍ଷ ୪୦ ହଜାର ଆମେରିକୀୟଙ୍କ ଜୀବନ ନେଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।



from Odisha Reporter https://ift.tt/2UzN9YJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages