ଲକ୍‌ଡାଉନ୍‌ ପାଇଁ ମିଳିଲାନି ମଦ, ସ୍ପିରିଟ୍‌ ପିଇ ଚାଲିଗଲା ଦୁଇ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 1, 2020

ଲକ୍‌ଡାଉନ୍‌ ପାଇଁ ମିଳିଲାନି ମଦ, ସ୍ପିରିଟ୍‌ ପିଇ ଚାଲିଗଲା ଦୁଇ ଜୀବନ

ରାୟପୁର: କରୋନାର ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି କାରଣରୁ ସମଗ୍ର ଦେଶରେ ଜରୁରୀ ସେବାର ଦୋକାନକୁ ଛାଡ଼ି ଆଉ ସବୁ ପ୍ରତିଷ୍ଠାନ ବନ୍ଦ ରହିଛି। ଏହି କ୍ରମରେ ମଦ ଦୋକାନ ମଧ୍ୟ ବନ୍ଦ ରହିଛି। ମଦ ଦୋକାନ ବନ୍ଦ ରହିଥିବାରୁ ପ୍ରତିଦିନ ମଦ୍ୟପାନ କରୁଥିବା ଲୋକଙ୍କ ମଧ୍ୟରେ ଭାଳେଣି ସୃଷ୍ଟି ହୋଇଛି।

ମଦ ନ ମିଳିବାରୁ ଛତିଶଗଡ଼ର ରାୟପୁରରେ କିଛି ଲୋକ ବିଷାକ୍ତ ସ୍ପିରିଟ୍‌ ପିଇ ଦେଇଛନ୍ତି। ଏହି ସ୍ପିରିଟ୍‌ ପିଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଏପ୍ରିଲ ୭ ଯାଏ ମଦ ଦୋକାନ ବନ୍ଦ ରହିଛି।

ଏହି କାରଣରୁ ଗତକାଲି ରାତିରେ ଅଜୟ, ଅସଗର ଓ ଦୀନେଣ ନିଶା ପାଇଁ ସର୍ଜିକାଲ ସ୍ପିରିଟ ପିଇ ଦେଇଥିଲେ। ଫଳରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା। ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଦୀନେଶ ଓ ଅସଗରଙ୍କ ମୃତ୍ୟୁ ଘଟିଥିଲା। ଏବେ ବି ଅଜୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।



from Odisha Reporter https://ift.tt/2JzqJR8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages