ଇନ୍ଦୋର: ଏ କି ପ୍ରକାର ମାନସିକତା ? କରୋନା ଯାଞ୍ଚ ପାଇଁ ଯାଇଥିବା ଡାକ୍ତରୀ ଟିମ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ। ଏମିତି ଏକ ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଘଟିଛି। ଗତକାଲି ଡାକ୍ତରୀ ଟିମ୍ ଲୋକଙ୍କୁ ଯାଞ୍ଚ କରିବାକୁ ଯାଇଥିବା ବେଳେ ପିଟିଥିଲେ ଲୋକେ। ସ୍ଥାନୀୟ ତତପତି ଭକାଲ୍ ଅଞ୍ଚଳରେ ମେଡିକାଲ୍ ଟିମ୍ ପହଞ୍ଚିଥିଲା। ଲୋକଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ଡାକ୍ତର ଯାଇଥିବା ବେଳେ ଲୋକେ ଅତର୍କିତ ଆକମ୍ରଣ କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଡାକ୍ତର ଟିମ୍ ଜୀବନ ବଞ୍ଚାଇବା ପାଇଁ ସେଠୁ ଦୌଡ଼ିଥିଲେ। ପରେ ଘଟଣାସ୍ଥଳରେ ପୁଲିସ ଫୋର୍ସ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲା। ମଧ୍ୟପ୍ରଦେଶରେ ଧିରେ ଧିରେ କାୟା ବିସ୍ତାର କରୁଛି କରୋନା । ଗତକାଲି ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
from Odisha Reporter https://ift.tt/343siAb
No comments:
Post a Comment