ଲକ୍‌ଡାଉନ୍‌ ସମୟରେ ଘର କାମ କରି ବନ୍ଧା ହେଲେ ଠିକାଦାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

ଲକ୍‌ଡାଉନ୍‌ ସମୟରେ ଘର କାମ କରି ବନ୍ଧା ହେଲେ ଠିକାଦାର

ବୀରମିତ୍ରପୁର (ରାକେଶ ସାହୁ): କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍‌ରେ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍‌ରେ ଘର ନିର୍ମାଣ କାମ କରି ଜଣେ ଠିକାଦାର ଗିରଫ ହୋଇଛନ୍ତି। ତାଙ୍କ ନାଁ ଅବଦୁଲ ସାମନ ଅନସାରୀ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟା ବେଳେ ନୂଆଗାଁ ଅଞ୍ଚଳର ଗୋଆଲା ଖଟାଲ ବସ୍ତିରେ ରହୁଥିବା ଦେବରାଜ ସାହୁଙ୍କ ଘର ଛାତର ଢଳେଇ କାର୍ଯ୍ୟ ଚାଲିଥିଲା। ଆଉ ଏହି କାମ ଠିକାଦାର ଅବଦୁଲ ସାମଦ ଅନସାରୀ କରାଉଥିଲେ।  ସେ ୪୦ ଜଣ ଶ୍ରମିକଙ୍କୁ ନେଇ ଢଳେଇ କାମ କରୁଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ସେଠାରେ ପହଞ୍ଚି ବିରୋଧ କରିଥିଲେ। ପରେ ଖବର ପାଇ ହାତୀବାରି ପୁଲିସ୍ ସେଠାରେ ପହଞ୍ଚି କାମ ବନ୍ଦ କରିଥିଲା। ପୁଲିସ୍ ଅନସାରୀଙ୍କୁ ଗିରଫ କରିବା ସହିତ ଢଳେଇ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ସମେତ ମିକ୍ସଚର ମେସିନକୁ ଜବତ କରିଛି।



from Odisha Reporter https://ift.tt/2xVvZfe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages