‘ସାମାଜିକ ଦୂରତ୍ୱ ନ ମାନିଲେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରାଯିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 5, 2020

‘ସାମାଜିକ ଦୂରତ୍ୱ ନ ମାନିଲେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରାଯିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଠାରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତ୍ୱକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହାକୁ  ଉଲ୍ଲଂଘନ  କଲେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ଏ ସଂପର୍କିତ ଏକ ଟ୍ୱିଟ୍ କରାଯାଇଛି।

ଏଥିରେ ଆହୁରି ଲେଖାଯାଇଛି ଯେ ସାମାଜିକ ଦୂରତ୍ୱ ଉଲ୍ଲଙ୍ଘନକୁ ଏକ ଅପରାଧିକ କାର୍ଯ୍ୟ ଭାବେ ଗ୍ରହଣ କରାଯିବ। ସାମାଜିକ ଦୂରତ୍ୱ ନ ମାନିଲେ ସଂପୃକ୍ତ ଦୋକାନ ଓ ବଜାରକୁ ସିଲ୍ ମଧ୍ୟ କରିଦିଆଯିବ। ଏହାସହ କରୋନା ବିରୋଧୀ ଲଢ଼େଇରେ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଗତକାଲି ଗୋଟିଏ ଦିନରେ ଭୁବନେଶ୍ୱରରେ ନୂଆ ୧୮ ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସାମାଜିକ ଦୂରତ୍ୱ ନିୟମକୁ ଅଧିକ କଡ଼ାକଡ଼ା କରି ଦେଇଛନ୍ତି। ତେବେ ୩୯ ଜଣଙ୍କ ମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ କରୋନା ସ୍ଥିତିର ମନିଟରିଂ କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ଟ୍ୱିଟ୍‌ ଯୋଗେ  ସୂଚନା ଦିଆଯାଇଛି।

ଏଥିରେ ଆହୁରି କୁହାଯାଇଛି ଯେ ସଂକ୍ରମିତ ଅଞ୍ଚଳରେ ଜରୁରୀ ସାମଗ୍ରୀ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।  ଘର ଘର ବୁଲି ସର୍ଭେ କରୁଥିବା ଡାକ୍ତରଙ୍କ ସୁରକ୍ଷା କର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 



from Odisha Reporter https://ift.tt/3bThmYH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages