ଆବଶ୍ୟକ ସାମଗ୍ରୀ:
ନୁଡଲ୍ସ, କଟା ଗାଜର, କଟା କ୍ୟାପ୍ସିକମ୍, କଟା ବନ୍ଧା କୋବି, ଟମାଟୋ ସସ୍, କଟା ଧନିଆ ପତ୍ର, କଟା କଞ୍ଚା ଲଙ୍କା, ଚାଟ୍ ମସଲା, ଲୁଣ ଓ ତେଲ।
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ନୁଡଲ୍ସକୁ ସିଝାଇବା ଲାଗି ଏକ ବଡ଼ ପାତ୍ରରେ ପାଣି ଗରମ କରନ୍ତୁ। ଏଥିରେ ଅଳ୍ପ ଲୁଣ ଓ ଅଳ୍ପ ତେଲ ପକାନ୍ତୁ। ପାଣି ଗରମ ହୋଇଗଲା ପରେ ନୁଡଲ୍ସ ପକାଇ ୧୦ ମିନିଟ୍ ଯାଏ ସିଝାନ୍ତୁ। ନୁଡଲ୍ସ ସିଝିଗଲା ପରେ ଏହାକୁ ଛାଣି ଦିଅନ୍ତୁ।
ଏବେ ଏକ କଡ଼େଇରେ ତେଲ ଗରମ କରି ନୁଡଲ୍ସ ପକାଇ ହାଲୁକା ବ୍ରାଉନ୍ ହେବା ଯାଏ ଫ୍ରାଏ କରନ୍ତୁ। ଏହା ପରେ ଆଉ ଏକ କଡ଼େଇ କିମ୍ବା ପ୍ୟାନ୍ରେ ତେଲ ଗରମ କରି ସବୁ କଟା ପରିବା ଓ ଲୁଣ ପକାଇ କ୍ରିସ୍ପି ହେବା ଯାଏ ଭାଜନ୍ତୁ। ପରିବାଗୁଡ଼ିକ ଭଲ ଭାବେ ଭାଜି ହୋଇଗଲା ପରେ ଏଥିରେ ଟମାଟୋ ସସ୍ ଓ ଚାଟ୍ ମସଲା ପକାଇ ଭଲ ଭାବେ ମିକ୍ସ କରନ୍ତୁ। ତା’ପରେ ଏଥିରେ ସିଝା ନୁଡଲ୍ସ, କଟା ଧନିଆ ପତ୍ର ଓ କଟା କଞ୍ଚା ଲଙ୍କା ପକାଇ ମିକ୍ସ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ‘କ୍ରିସ୍ପି ଚଟ୍ପଟା ନୁଡୁଲ୍ସ୍’।
from Odisha Reporter https://ift.tt/39P8Vw6
No comments:
Post a Comment