କ୍ୟାମେରାରେ କଏଦ ହେଲା ପାକ ବିମାନ କ୍ରାଶ୍‌ ବେଳର ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

କ୍ୟାମେରାରେ କଏଦ ହେଲା ପାକ ବିମାନ କ୍ରାଶ୍‌ ବେଳର ଦୃଶ୍ୟ

କରାଚି: ପାକିସ୍ତାନ ଅନ୍ତର୍ଜାତୀୟ ଏୟାର ଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଶୁକ୍ରବାର ଲାହୋରରୁ କରାଚି ଆସୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଲ୍ୟାଣ୍ଡିଂ କରିବାର ଠିକ ଗୋଟିଏ ମିନିଟ୍‌ ପୂର୍ବରୁ ଏହା ଏୟାରପୋର୍ଟ ନିକଟରେ ଥିବା ଜନବସିତ ଅଞ୍ଚଳରେ ଖସି ପଡ଼ିଛି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ୫୭ ଜଣଙ୍କ ମୃତ୍ୟୁ ଘଟିଛି। ବିମାନଟିରେ ପ୍ରାୟ ୯୮ ଜଣ ସଦସ୍ୟ ରହିଥିଲେ। ସେହିପରି ବିମାନଟି କିଛି ବିଲଡିଂ ଉପରେ ଖସି ପଡ଼ିଥିବାରୁ ସେଠାକାର ଲୋକମାନେ ମଧ୍ୟ ଏହି କ୍ରାଶରେ କ୍ଷତିଗ୍ରସ୍ତ ହୋଇଛନ୍ତି।

ଏବେ ବିମାନଟି କ୍ରାଶ କରିବା ବେଳର ଦୃଶ୍ୟ ସିସିଟିଭ ଫୁଟେଜରେ ରେକର୍ଡ ହୋଇଛି। ଏଥିରେ ବିମାନଟି ତଳମୁହାଁ ହୋଇ ଯିବା ସହ ବିଲଡିଂରେ ଧକ୍କା ହୋଇ ତଳକୁ ଖସି ପଡ଼ିଥିବା ଦେଖିବାକୁ ମିଳୁଛି। ଏହାର କିଛି ସେକେଣ୍ଡ ପରେ ସମଗ୍ର ଅଞ୍ଚଳରେ ନିଆଁ ଲାଗିବା ସହ ପ୍ରବଳ ଧୂଆଁ ବାହାରିଥିଲା। କଳା ଧୂଆଁ ପୂରା ଅଞ୍ଚଳକୁ ଆଚ୍ଛାଦିତ କରିଦେଇଥିଲା।


ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବା ଅନୁଯାୟୀ, ବିମାନଟି ପ୍ରଥମେ ଏକ ମୋବାଇଲ ଟାୱାରରେ ମାଡ଼ ହୋଇଥିଲା। ଏହାପରେ ମଲଇର ସ୍ଥିତ ମଡେଲ କଲୋନରେ ଥିବା ଜିହ୍ନା ଗାର୍ଡେନ ଅଞ୍ଚଳରେ ଥିବା ଘର ଗୁଡ଼ିକ ଉପରେ ଖସି ପଡ଼ିଥିଲା। ବିମାନ କ୍ରାଶ ହେବା ପରେ ସେଠାରେ ଥିବା ଘର ଓ ଗାଡ଼ି ଗୁଡ଼ିକରେ ନିଆଁ ଲାଗିଯାଇଥିଲା।



from Odisha Reporter https://ift.tt/2ALSPYf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages