ଏପରି ଆସେ ମୃତ୍ୟୁ; ଅଣ୍ଡରଗ୍ରାଉଣ୍ଡରେ ପଶିଗଲେ, ହେଲେ ବାହାରି ପାରିଲେନି ୩ ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 22, 2020

ଏପରି ଆସେ ମୃତ୍ୟୁ; ଅଣ୍ଡରଗ୍ରାଉଣ୍ଡରେ ପଶିଗଲେ, ହେଲେ ବାହାରି ପାରିଲେନି ୩ ଭାଇ

ମୋହନ (ମିହିରି ଯତି): ଘର ଭିତରେ ଥିବା ଅଣ୍ଡରଗ୍ରାଉଣ୍ଡରୁ ବାହାରି ନ ପାରି ତିନି ଭାଇଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟ ଗାଁରେ। ଏକାଥରେ ଆଖି ଆଗରେ ୩ ପୁଅଙ୍କ ମୃତ୍ୟୁ ଦେଖି ପରିବାର ସଦସ୍ୟ  ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ମୃତକମାନେ ହେଲେ କୋଦାଳ ମାଝୀଙ୍କ ୩ ପୁଅ ବିପ୍ର ମାଝୀ, ସଞ୍ଜୀବ  ମାଝୀ ଓ ଜିତୁ ମାଝୀ । ସେମାନଙ୍କ ବୟସ ଯଥାକ୍ରମେ ୨୪, ୨୭ ଓ ୩୦ ବର୍ଷ ବୋଲି ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତକଙ୍କ ଘରର ମଝି ବଖରାରେ ୬ ଫୁଟ ତଳକୁ ଏକ ଅଣ୍ଡରଗ୍ରାଉଣ୍ଡ ରହିଛି।  ଗତକାଲି ରାତି ପ୍ରାୟ ୮ ଟା ସମୟରେ ପ୍ରଥମେ ମଝିଆ ପୁଅ ବିପ୍ର କିଛି ଜିନିଷ ପତ୍ର ରଖିବା ପାଇଁ  ସେଠାକୁ ଯାଇଥିଲେ। ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ବାହାରି ନ ପାରିବାରୁ ତାଙ୍କୁ ଉଦ୍ଧାର କରିବା ପାଇଁ ସଞ୍ଜୀବ ଓ ଜିତୁ ମଧ୍ୟ ସେଠାକୁ ଯାଇଥିଲେ। ସେମାନେ ମଧ୍ୟ ସେଠାରୁ ବାହାରି ପାରି ନ ଥିଲେ।

୩ ଭାଇ ଦୀର୍ଘ ସମୟ ଧରି ଅଣ୍ଡରଗ୍ରାଉଣ୍ଡରୁ ବାହାରି ନ ପାରିବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ି ଯାଇଥିଲା।  ଏହାପରେ ସେମାନେ ପାଖ ପଡ଼ୋଶୀଙ୍କୁ ଡାକିଥିଲେ।  ପଡ଼ୋଶୀ ଘଟଣାସ୍ଥଳରେ ପହଞ୍ଚି ତିନି ଭାଇଙ୍କୁ ଦଉଡି ସାହାଯ୍ୟରେ ଉଦ୍ଧାର କରି ମୋହନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ  ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା  ଥାନାଧିକାରୀ ସୂଚନା ଦେଇଛନ୍ତି।

 



from Odisha Reporter https://ift.tt/36szmb4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages