କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହର ନିକଟସ୍ଥ କୁକୁଡ଼ାହାଡ଼ ଗାଁର ପୁରୁଣା ରେଳ ଫାଟକ ପୋଲ ତଳୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ପ୍ରେମ ପୋଢ଼। ତାଙ୍କ ଘର କଣ୍ଟାବାଞ୍ଜିସ୍ଥିତ ବନପଡ଼ାରେ।
ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ବେଳେ ପ୍ରେମ ପୋଢ଼ ଏକ ସାଇକେଲରେ ଘରୁ ବାହାରକୁ ଯାଇଥିଲେ। ହେଲେ ରାତିରେ ସେ ଘରକୁ ଫେରିବାରରେ ବିଳମ୍ୱ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜା ଖୋଜି କରିଥିଲେ। ମାତ୍ର ତାଙ୍କ ପତ୍ତା ପାଇ ନ ଥିଲେ। ଆଜି ସକାଳେ ପୁରୁଣା ରେଳ ଫାଟକ ପୋଲ ତଳୁ ଏକ ସାଇକେଲ ଓ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ଖବର ପାଇ କଣ୍ଟାବାଞ୍ଜି ପୁଲିସ୍ ଓ ଜି.ଆର.ପି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ରେଳ ଫାଟକ ତଳୁ ଶବ ମିଳିଥିବାରୁ ଜିଆରପି ପୁଲିସ୍ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ଅନ୍ୟପକ୍ଷରେ ପୁଲିସ୍ଠୁ ଖବର ପାଇ ପ୍ରେମ ପୋଢ଼ଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପ୍ରେମଙ୍କ ମୁଣ୍ଡରେ ଆଘାତ ଲାଗି ରକ୍ତ ବାହାରିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି। ଜିଆରପି ଏସ୍ଆଇ ମୋହନ ନାୟକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ପ୍ରତିକ୍ରିୟା ଦେବା ପାଇଁ ମନା କରିଦେଇଛନ୍ତି। ପ୍ରେମ ପୋଢ଼ଙ୍କ କେମିତି ମୃତ୍ୟୁ ଘଟିଲା ତାହା ଜଣାପଡିନାହିଁ।
from Odisha Reporter https://ift.tt/2WSndHX
No comments:
Post a Comment