ନୂଆଦିଲ୍ଲୀ: ସମଗ୍ର ଦେଶ କରୋନା ସହ ଲଢ଼େଇ କରୁଛି। କରୋନା ଆକ୍ରାନ୍ତଙ୍କ ପାଇଁ ଯୁଦ୍ଧ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ପିପିଇ ନିହାତି ଜରୁରୀ। ସେହିପରି ଆମ ଦେଶରେ ମାସ୍କ ବାଧ୍ୟତାମୂଳକ। ଆବଶ୍ୟକ ପିପିଇ ଦେଶରେ ନଥିବାରୁ ସରକାର ବିଦେଶୀରୁ ଏହାକୁ ଆମଦାନୀ କରୁଛନ୍ତି।
ହେଲେ ଏସବୁ ଭିତରେ ୫ ଲକ୍ଷରୁ ଅଧିକ ମାସ୍କ ଓ ୯୫୨ ପିପିଇ କିଟ୍କୁ ଭାରତରୁ ଚାଇନାକୁ ଚୋରା ଚାଲାଣ କରାଯାଉଥିବା ବେଳେ ଧରାପଡ଼ିଛି। ଦିଲ୍ଲୀର କଷ୍ଟମ ବିଭାଗ ଏତେ ପରିମାଣର କରୋନା ଯୁଦ୍ଧ ସାମଗ୍ରୀ ଜବତ କରିବାକୁ ସକ୍ଷମ ହୋଇଛି। କେବଳ ମାସ୍କ କିମ୍ବା ପିପିଇ ନୁହେଁ, ସାନିଟାଇଜର ଓ ମାସ୍କ ଏବଂ ପିପିଇ ତିଆରି କରିବା ପାଇଁ ସାମଗ୍ରୀ ମଧ୍ୟ ଚୋରାରେ ଚାଇନାକୁ ପଠାଯାଉଥିଲା।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ସମସ୍ତ ପ୍ରକାରର ଭେଣ୍ଟିଲେଟର, ସିର୍ଜିକାଲ ମାସ୍କ, ମାସ୍କ ଓ କଭର ୱେଲ ପାଇଁ ଆବଶ୍ୟକ ଟେକ୍ସଟାଇଲ ର’ ମ୍ୟାଟ୍ରିଆଲର ରପ୍ତାନୀ ଉପରେ ରୋକ ଲଗାଇଥିଲେ। ଏନେଇ ମାର୍ଚ୍ଚ ୧୯ରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଏପ୍ରିଲ ୭ରୁ ସାନିଟାଇଜର ରପ୍ତାନୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ଏହା ସତ୍ତ୍ୱେ ଚାଇନାକୁ କରୋନାର ଯୁଦ୍ଧ ସାମଗ୍ରୀ ପଠାଯାଉଥିବା ଖବର ସମସ୍ତଙ୍କୁ ଚକିତ କରିଛି।
ଗୁଇନ୍ଦା ଓ ଏୟାର କାର୍ଗୋ ପକ୍ଷରୁ ସୂଚନା ପାଇ ଦିଲ୍ଲୀ କଷ୍ଟମ ଅଧିକାରୀମାନେ ଏୟାରପୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ଚାଇନାକୁ ଯିବା ପାଇଁ କୋରିୟର ଟର୍ମିନାଲରେ ୫.୦୮ ଲକ୍ଷ ମାସ୍କ, ୯୫୦ ବୋତଲରେ ୫୭ ଲିଟର ସାନିଟାଇଜର ଓ ୯୫୨ ପିପିଇ କିଟ୍ ରଖାଯାଇଥିବା ଦେଖିବାକୁ ପାଇଥିଲା। ଏଥିହ ବିଭାଗର ଅଧିକାରୀମାନେ ମାସ୍କ ତିଆରି ପାଇଁ ଆବଶ୍ୟକ ୨୪୮୦ କେଜିର ସାମଗ୍ରୀ ମଧ୍ୟ ଜବତ କରିଛନ୍ତି। ଏଗୁଡ଼ିକୁ ଜବତ କରି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
from Odisha Reporter https://ift.tt/3bt1RGs
No comments:
Post a Comment