ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ବିଭାଗ ବଡ଼ ଘୋଷଣା କରିଛି। ଜୁନ୍ ୩୦ ଯାଏ ଦେଶରେ କୌଣସି ପ୍ରକାରର ନିୟମିତ ଟ୍ରେନ ସେବା କାହାକୁ ମିଳିବ ନାହିଁ। ଜୁନ୍ ୩୦ ଯାଏ ନିୟମିତ ଟ୍ରେନଗୁଡ଼ିକ ପାଇଁ କରାଯାଇଥିବା ଟିକେଟ ବୁକିଂକୁ ଆଜି ରେଳବାଇ ବାତିଲ କରିଦେଇଛି।
ତେବେ ଏହି ସମୟସୀମା ମଧ୍ୟରେ ଦେଶରେ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଜାରି ରହିବ। ତେବେ ଟିକେଟ ବୁକିଂ କରିଥିବା ଲୋକଙ୍କୁ ରେଳବାଇ ପକ୍ଷରୁ ଟଙ୍କା ଫେରସ୍ତ କରାଯିବ।
ରେଳବାଇ ପକ୍ଷରୁ କୁହାଯାଇଛି ଯେ ଜୁନ୍ ୩୦ ଯାଏ ନିୟମିତ ଟ୍ରେନ ଗୁଡ଼ିକ ବାତିଲ କରାଯାଇଥିଲେ ହେଁ ପୂର୍ବଭଳି ଶ୍ରମିକ ସ୍ପେଶାଲ ଟ୍ରେନ ଓ ଦିଲ୍ଲୀରୁ ୧୫ଟି ସ୍ଥାନକୁ ଯିବାକୁ ଥିବା ଟ୍ରେନ ଚଳାଚଳ କରିବ। ମାର୍ଚ୍ଚ ୧୨ରୁ ଦିଲ୍ଲୀରୁ ଦେଶର ପ୍ରମୁଖ ୧୫ ସହରକୁ ଟ୍ରେନ ଯାତାୟାତ ଆରମ୍ଭ ହୋଇଛି। ଏହା ଆଗକୁ ମଧ୍ୟ ଜାରି ରହିବ। ସେହିପରି ଶ୍ରମିକଙ୍କୁ ନେବା ପାଇଁ ଦୈନିକ ୧୦୦ରୁ ଅଧିକ ଟ୍ରେନ ଚାଲୁଥିବା ରେଳବାଇ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୨ରେ ରେଳବାଇ ଟ୍ରେନ ସେବା ଆରମ୍ଭ କରିବା କ୍ଷଣି ୧୬ କୋଟି ଟଙ୍କାର ଟିକେଟ ବିକ୍ରି ହୋଇଥିଲା। ଲକଡାଉନ ପୂର୍ବରୁ ଏକାଧିକ ଟ୍ରେନ ପାଇଁ ଟିକେଟ ବୁକ ହୋଇଥିଲା। ଏଗୁଡ଼ିକୁ ବାତିଲ କରି ରେଲବାଇ ୯୪ ଲକ୍ଷ ଟିକେଟ ବାବଦରେ ୧୪୯୦ କୋଟି ଟଙ୍କା ଲୋକଙ୍କୁ ଫେରାଇଛି। ସେହିପରି ମାର୍ଚ୍ଚ ୨୨ରୁ ଏପ୍ରିଲ ୧୪ ମଧ୍ୟରେ ଯାତାୟାତ ବନ୍ଦ ହେବାରୁ ରେଳବାଇ ୮୩୦ କୋଟି ଟଙ୍କା ଫେରସ୍ତ କରିଛି।
from Odisha Reporter https://ift.tt/2LEbRSR
No comments:
Post a Comment