ସମ୍ୱଲପୁର(ସମୀର ଷଢ଼ଙ୍ଗୀ): ଦେବ ଦମ୍ପତିଙ୍କ ବିବାହ ପରେ ଏବେ ଚାଲିଛି ଯୁଗଳ ଦର୍ଶନ। ଆଜି ଅପରାହ୍ନ ୪ଟା ଯାଏ ଦେବଦମ୍ପତି ଯୁଗଳ ଦର୍ଶନ ଦେବେ। ତେବେ ଶୋଭାଯାତ୍ରାରେ ଦେବଦମ୍ପତି ସହର ପରିକ୍ରମା କରିବା ପରମ୍ପରା ରହିଥିଲେ ମଧ୍ୟ ଲକ୍ଡାଉନ୍ ଯୋଗୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ତେଣୁ ନିରାଡମ୍ବର ଭାବେ କାର୍ଯ୍ୟକ୍ରମ ଆୟୋଜନ ହୋଇଛି।
ଗତକାଲି ମାଆ ପାର୍ବତୀଙ୍କ ପାଣି ଗ୍ରହଣ କରିଛନ୍ତି ଦେବ ଦେବ ମହାଦେବ। ଏଥର ନିରାଡ଼ମ୍ବର ଭାବେ ବାହାଘର ହୋଇଛି। କନ୍ୟା ଘରେ ବାହାଘର ହୋଇନି। ବରଂ ମନ୍ଦିର ପରିସରରେ ବ୍ରହ୍ମ ମୁହୂର୍ତ୍ତରେ ହାତଗଣ୍ଠି ପଡ଼ିଥିଲା ।
from Odisha Reporter https://ift.tt/2M5vYcN
No comments:
Post a Comment