କରୋନା ତାଲିକାର ଟପ୍‌ ୯ରେ ଭାରତ, ମୃତ୍ୟୁସଂଖ୍ୟାରେ ଚାଇନାକୁ ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 28, 2020

କରୋନା ତାଲିକାର ଟପ୍‌ ୯ରେ ଭାରତ, ମୃତ୍ୟୁସଂଖ୍ୟାରେ ଚାଇନାକୁ ଡେଇଁଲା

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ କେସ ଓ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ୭ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଭାରତରେ କରୋନା ପ୍ରବେଶ କରିବା ଦିନଠାରୁ କେବେ ହେଲେ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ପାର କରି ନଥିଲା। ସେହିପରି ଗୋଟିଏ ଦିନରେ ୧୭୫ ଜଣ କରୋନା ମହାମାରୀ ଯୋଗୁ ପ୍ରାଣ ହରାଇଛନ୍ତି।

ଆଜିର କୋଭିଡ-୧୯ କେସ୍‌କୁ ମିଶାଇବା ପରେ ଭାରତ ବିଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ରଗୁଡ଼ିକର ତାଲିକାର ୯ନଂ ସ୍ଥାନରେ ପହଞ୍ଚି ଯାଇଛି। ସେହିପରି ଭାଇରସର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚାଇନା ତୁଳନାରେ ଭାରତର ମୃତ୍ୟୁସଂଖ୍ୟା ଅଧିକ ହୋଇଛି। ବର୍ତ୍ତମାନ ଭାରତ ଏସିଆ ମହାଦେଶରେ କରୋନା ଯୋଗୁ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର ହୋଇଯାଇଛି। ଭାରତ ପଛରେ ଇରାନ ଓ ଚାଇନା ଭଳି ଦେଶ ରହିଛନ୍ତି।


ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୭୪୬୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୫,୭୯୯କୁ ବୃଦ୍ଧି ପାଇଛି। ସେହିପରି ୧୭୫ ଜଣ ପ୍ରାଣ ହରାଇବାରୁ ମୃତ୍ୟୁସଂଖ୍ୟା ୪,୭୦୬ରେ ପହଞ୍ଚିଛି। ଆଜିର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭାରତ ତୁର୍କୀକୁ ଅତିକ୍ରମ କରିଛି। ତୁର୍କୀରେ ୧ ଲକ୍ଷ ୬୦ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ମୃତ୍ୟୁସଂଖ୍ୟାରେ ଚାଇନାକୁ ଡେଇଁଛି ଭାରତ। ଚାଇନାରେ ୪,୬୩୪ ଜଣ କରୋନା ଯୋଗୁ ପ୍ରାଣ ହରାଇଥିବା ବେଳେ ଭାରତରେ ଏହି ସଂଖ୍ୟା ୪,୭୦୬ରେ ପହଞ୍ଚି ଯାଇଛି। ବର୍ତ୍ତମାନ ଚାଇନା କ୍ଷତିଗ୍ରସ୍ତ ରାଷ୍ଟ୍ର ତାଲିକାର ୧୫ ନମ୍ବର ସ୍ଥାନରେ ରହିଥିବା ବେଳେ ତୁର୍କୀ ୧୦ ନମ୍ବର ଓ ଭାରତ ୯ନଂରେ ରହିଛି।

ବର୍ତ୍ତମାନ ସୁଦ୍ଧା ଦେଶରେ ୭୧,୧୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୮୯,୯୮୭ ଜଣ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଜଟିଳ ହୋଇଛି। ଗତ ୨୪ ଘଣ୍ଟାରେ ପ୍ରାୟ ୨୫ ଶହ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୫୪୬କୁ ବୃଦ୍ଧି ପାଇଛି। ସେହିପରି କରୋନା ଗୋଟିଏ ଦିନରେ ୮୪ ଜଣଙ୍କ ମୁଣ୍ଡ ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୮୨ ଛୁଇଁଛି। ରାଜ୍ୟରେ ମୋଟ ୧୮,୬୧୬ ଜଣ ସୁସ୍ଥ ହୋଇଛନ୍ତି।

ତାମିଲନାଡୁରେ ବି ସ୍ଥିତି ସଂଗୀନ ହୋଇଛି। ୧୯,୩୭୨ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୪୮ ଜଣ ସୁସ୍ଥ ହୋଇଥିବା ବେଳେ ୧୪୫ ଜଣଙ୍କ ମୃତ୍ୟୁ ଘଟିଛି।

୪ର୍ଥ ପର୍ଯ୍ୟାୟ ଲକଡାଉନରେ କଟକଣା କୋହଳ ହେବା ପରେ ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ିଛି। ଦିଲ୍ଲୀରେ ପ୍ରଥମଥର ପାଇଁ ଗୋଟିଏ ଦିନରେ ହଜାରେରୁ ଅଧିକ ପଜିଟିଭ କେସ ରେକର୍ଡ କରାଯାଇଛି। ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୨୮୧ଥିବା ବେଳେ ଏମାନଙ୍କ ମଧ୍ୟରୁ ୭୪୯୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୩୧୬ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି। ଗୁଜରାଟରେ ମୃତ୍ୟୁସଂଖ୍ୟା ୯୬୦ ଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୫୫୬୨ରେ ପହଞ୍ଚି ଯାଇଛି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୫୯, ଆସାମରେ ୪, ବିହାରରେ ୧୫, ଚଣ୍ଡିଗଡ଼ରେ ୪, ହରିଆଣାରେ ୧୯, ହିମାଚଳ ପ୍ରଦେଶରେ ୫, ଜମ୍ମୁ-କଶ୍ମୀରରେ ୨୭, ଝାରଖଣ୍ଡରେ ୪, କର୍ଣ୍ଣାଟକାରେ ୪୭, କେରଳରେ ୭, ମଧ୍ୟପ୍ରଦେଶରେ ୩୨୧, ମେଘାଳୟରେ ୧, ଓଡ଼ିଶାରେ ୭, ପଞ୍ଜାବରେ ୪୦, ରାଜସ୍ଥାନରେ ୧୮୦, ତେଲେଙ୍ଗାନାରେ ୬୭, ଉତ୍ତର ପ୍ରଦେଶରେ ୧୯୭ ଓ ପଶ୍ଚିମବଙ୍ଗରେ ୨୯୫ ଜଣ କରୋନା ଯୋଗୁ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2TM2btB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages