ପୂର୍ବତନ ସରପଞ୍ଚଙ୍କ ମନମାନିର ପ୍ରତିବାଦ, ପାଣି ପାଇ ରାସ୍ତାକୁ ଓହ୍ଲାଇଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

ପୂର୍ବତନ ସରପଞ୍ଚଙ୍କ ମନମାନିର ପ୍ରତିବାଦ, ପାଣି ପାଇ ରାସ୍ତାକୁ ଓହ୍ଲାଇଲେ ମହିଳା

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ କୁଡୁତାଇ ପଞ୍ଚାୟତର ବେଙ୍ଗସର ଗ୍ରାମକୁ ପ୍ରାୟ ୧୫ ଦିନ ହେବ ଜଳଯୋଗାଣ ବନ୍ଦ ରହିଛି।  ଟଙ୍କା ନଦେବାରୁ ପୂର୍ବତନ ସରପଞ୍ଚ  ଏପରି କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହା ପ୍ରତିବାଦରେ ମହିଳାମାନେ ଆଜି ହାଣ୍ଡି, ମାଠିଆ ଧରି ଗ୍ରାମର ମୁଖ୍ୟ ରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଥିଲେ।  

ସୂଚନାଯୋଗ୍ୟ,  ଏହି ପଞ୍ଚାୟତରେ ବାଙ୍କତରା ଓ ବେଙ୍ଗସର ଗ୍ରାମ ପାଇଁ ଗୋଟିଏ ଜଳ ଯୋଗାଣ ପ୍ରକଳ୍ପ ରହିଛି । ବାଙ୍କତରା ବାସିନ୍ଦା ତଥା ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତ ରାଉତରାୟ ପଞ୍ଚାୟତକୁ ଏହା ହସ୍ତାନ୍ତର କରି ନାହାନ୍ତି।  ଜୋରଜବରଦସ୍ତ ଭାବେ ସେ ଏହାକୁ ଅକ୍ତିଆର କରି ନିଜେ ଲୋକଙ୍କଠାରୁ ସଂଯୋଗ ପିଛା ୧ହଜାର ଟଙ୍କା ଓ ମାସିକ ୭୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି।  

ସରକାର ମାଗଣା ଜଳ ଦେଉଥିବା ବେଳେ ସମ୍ପୃକ୍ତ ପୂର୍ବତନ ସରପଞ୍ଚ ହଜାରେ ଟଙ୍କା ଲେଖାଏ ଆଦାୟ କରୁଛନ୍ତି। ଗ୍ରାମବାସୀ ଏହାକୁ ବିରୋଧ କରିବା ସହ ଟଙ୍କା ଦେବାକୁ ମନା କରିବାରୁ ସେ ସଂପୂର୍ଣ୍ଣ ବେଙ୍ଗସର ଗ୍ରାମକୁ ଜଳଯୋଗାଣ ବନ୍ଦ କରି ଦେଇଥିଲେ।  ଏଥିଯୋଗୁ ପାନୀୟ ଜଳ ପାଇ ନ ପାରି ହିନସ୍ତା ହେଉଥିବା ମହିଳାମାନେ ଆଜି ରାସ୍ତାକୁ ଓହ୍ଲାଇଥିଲେ।

ଖବର ପାଇ ତାରାସିଂଗ ଥାନା ଅଧିକାରୀ ଓ ଗ୍ରାମ୍ୟ ଜଳଯୋଗାଣ ବିଭାଗୀୟ ଅଧିକାରୀ ପହଞ୍ଚି  ପୂର୍ବତନ ସରପଞ୍ଚ ଲକ୍ଷ୍ମୀକାନ୍ତଙ୍କୁ ତାଗିଦ କରିବା ସହ ପାଣି ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେବା ପରେ ଘଟଣାର ସମାଧାନ ହୋଇଥିବା ଜଣାଯାଇଛି। ଏହାପରେ ମହିଳାମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଜଣାଯାଇଛି।



from Odisha Reporter https://ift.tt/2WAINRc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages