ଆଗ୍ରା: ଲକଡାଉନ ଓ କରୋନା କଟକଣା ସତ୍ତ୍ୱେ ଲୋକଙ୍କ ପାଖରେ ଖବର ପହଞ୍ଚାବାକୁ ଉଦ୍ୟମ କରି ଶେଷରେ ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି। ଖବର ସଂଗ୍ରହ ବେଳେ କରୋନାରେ ଆକ୍ରାନ୍ତ ହୋଇଥିବା ଆଗ୍ରାର ଜଣେ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି। ସେ ଏକ ଖବରକାଗଜ ପାଇଁ କାମ କରୁଥିଲେ।
କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏସଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଥିବା କରୋନା ୱାର୍ଡରେ ସେ ଚିକିତ୍ସିତ ହେଉଥିଲେ। ତେବେ ଗତକାଲି ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ଆଗ୍ରାର ଜିଲ୍ଲା ମାଜିଷ୍ଟ୍ରେଟ ପ୍ରଭୁ ଏନ ସିଂହ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ସାମ୍ବାଦିକ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ଫଳରେ ତାଙ୍କୁ ବୁଧବାର ଠାରୁ ଭେଣ୍ଟିଲେଟରରେ ରଖାଯାଇଥିଲା। ହେଲେ ଡାକ୍ତରଙ୍କ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଛି।
from Odisha Reporter https://ift.tt/3dqYOjd
No comments:
Post a Comment