କରୋନା ଭାଇରସରେ ୫୦୦ ସୁରକ୍ଷାକର୍ମୀ ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 7, 2020

କରୋନା ଭାଇରସରେ ୫୦୦ ସୁରକ୍ଷାକର୍ମୀ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ମୁତୟନ ସୁରକ୍ଷାକର୍ମୀମାନେ ଏବେ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀର ପ୍ରାୟ ୫ଶହ କର୍ମଚାରୀ ଡ୍ୟୁଟି କରୁଥିବା ବେଳେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ବିଶେଷ କରି କେନ୍ଦ୍ରୀୟ, ଦକ୍ଷିଣପୂର୍ବ ଓ ଉତ୍ତର ଦିଲ୍ଲୀରେ ମୁତୟନ ଥିବା ଅଧିକ ସଂଖ୍ୟକ ସୁରକ୍ଷାକର୍ମୀମାନେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ବିଏସଏଫର ୧୯୫ ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀରେ କାର୍ଯ୍ୟ କରୁଥିବା ବେଳେ ସଂକ୍ରମଣର ଶିକାର ହୋଇଛନ୍ତି। ଗୁରୁବାର ୨ ଜଣ ବିଏସଏଫ ଯବାନ ମଧ୍ୟ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି।

ବିଏସଏଫର ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ବିଏସଏଫରୁ ଆକ୍ରାନ୍ତ ହୋଇଥିବା ୧୯୫ ଜଣ ଯବାନଙ୍କ ମଧ୍ୟରୁ ୧୩୧ ଜଣ ଦିଲ୍ଲୀ ପୁଲିସ ସହ ଡ୍ୟୁଟି କରୁଥିବା ବେଳେ ସଂକ୍ରମଣର ଶିକାର ହୋଇଥିଲେ। ଏବେ ମୋଟ ଉପରେ ୧୯୧ ଜଣ ଯବାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କ୍ୱାରେଣ୍ଟାଇନରେ ଥିବା ଯବାନମାନଙ୍କ ସ୍ୱାସ୍ଥ୍ୟ ଉପରେ ବିଏସଏଫର କୋଭିଡ-୧୯ ସେଲ ନଜର ରଖିଛି।

ସେହିପରି ଭାଇରସ ଦ୍ୱାରା ସିଆରପିଏଫ ୟୁନିଟ ମଧ୍ୟ ପ୍ରଭାବିତ ହୋଇଛି। ଦିଲ୍ଲୀରେ କାର୍ଯ୍ୟ କରିବା ବେଳେ ୧୫୯ ଜଣ ସିଆରପିଏଫ ଯବାନ କରୋନାରେ ସଂକ୍ରମିତ ହୋଇଥିବା ବେଳେ ପ୍ରାୟ ୯୦୦ ଜଣ ଯବାନ କ୍ୱାରେଣ୍ଟାଇନରେ ରହିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ମୁତୟନ ଥିବା ଦୁଇ ଜଣ ସିଆରପିଏଫ ଯବାନ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେମାନଙ୍କ ମଧ୍ୟରୁ ଜଣେ ଡ୍ରାଇଭର ଓ ଆଉ ଜଣେ କନଷ୍ଟେବଲ ଭାବେ କାର୍ଯ୍ୟ କରୁଥିଲେ। ସିଆରପିଏଫ ପକ୍ଷରୁ ମଧ୍ୟ କୋଭିଡ-୧୯ ସେଲ ମଧ୍ୟ ଗଠନ କରାଯାଇଛି। ଆଇଟିବିପିର ୮୨, ଦିଲ୍ଲୀ ପୁଲିସ୍‌ର ୮୦ ଜଣ କର୍ମଚାରୀ,ସିଆଇଏସଏଫର ୫୦ ଓ ଏସଏସବିର ୧୪ ଜଣ ଯବାନ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭିର୍ତ୍ତି ହୋଇଛନ୍ତି।



from Odisha Reporter https://ift.tt/2LcGSg9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages