ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଉପରପଡ଼ାର ଏକ ପରିତ୍ୟକ୍ତ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ପୁଲିସ୍ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୬ ହଜାର ୩୮ ଟଙ୍କା, ଦୁଇଟି ବାଇକ୍ ଓ ଏବଂ ୫ଟି ମୋବାଇଲ ଜବତ କରିଛି।
ଫିରିଙ୍ଗିଆ ଥାନା IICଙ୍କ ଠାରୁ ମିଳିଥିଲା ସୂଚନା ଅନୁସାରେ, ବର୍ତ୍ତମାନ କରୋନା ପାଇଁ ଲକଡାଉନ୍ ଚାଲିଥିବାରୁ ଜୁଆଡ଼ିମାନେ ଲୁଚି ଛପି ବିଭିନ୍ନ ସ୍ଥାନରେ ଜୁଆ ଖେଳୁଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା। ତା’ପରେ ସୁଚିନ୍ତିତ ଯୋଜନା ମୁତାବକ ସଦଳବଳେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଜୁଆଡ଼ିମାନଙ୍କୁ ଗିରଫ କରାଯାଇଥିବା ସେ କହିଛନ୍ତି।
from Odisha Reporter https://ift.tt/3fIoppK
No comments:
Post a Comment