ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ସୋରଡ଼ା ବ୍ଲକର ଆଦିବାସୀ ଅଧ୍ୟୁଷିତ ଗୌଡ଼ଗୋଠ ପଞ୍ଚାୟତକୁ ସରପଞ୍ଚ ରାମ ଶବର ନିଜେ ୨୪ ଘଣ୍ଟା ଶଟ୍ଡାଉନ୍ ଘୋଷଣା କରିଛନ୍ତି। ଏହି ଶଟ୍ଡାଉନ୍ ଆଜି ସକାଳ ୭ଟାରୁ ଆସନ୍ତାକାଲି ସକାଳ ୭ ଟା ଯାଏ ବଳବତ୍ତର ରହିବ।
ଶଟ୍ଡାଉନ୍ ସମୟରେ କେବଳ ଜରୁରୀକାଳୀନ ସେବା ଡାକ୍ତରଖାନା, ମେଡିସିନ ଷ୍ଟୋର ଖୋଲା ରହିବ। ହେଲେ ଅନ୍ୟ ସବୁ ସେବା ବନ୍ଦ ରହିବ। ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି। ଘରେ ରହିଲେ କୋରନା ନିୟନ୍ତ୍ରଣ କରିହେବ । ତେଣୁ ସରପଞ୍ଚ ଏହି ଶଟ୍ଟାଉନ୍ ଘୋଷଣା କରିଥିବା କହିଛନ୍ତି
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭ ଛୁଇଁଛି।
from Odisha Reporter https://ift.tt/2LjR6vx
No comments:
Post a Comment