୫୨୦ କି.ମି. ସମୁଦ୍ର ଯାତ୍ରା ପରେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 11, 2020

୫୨୦ କି.ମି. ସମୁଦ୍ର ଯାତ୍ରା ପରେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବୀ

କୋଣାର୍କ(ସଞ୍ଜୟ ପତି): ଆନ୍ଧ୍ରପ୍ରଦେଶର ତୁନି ଅଞ୍ଚଳରୁ ଏକ ସ୍ୱତନ୍ତ୍ର ଡଙ୍ଗାରେ ଆସିଥିବା ୧୬ ଜଣ ଅଣଓଡ଼ିଆ ମତ୍ସ୍ୟଜୀବୀ  ଆଜି ଭୋର ପ୍ରାୟ ୪ଟା ବେଳେ ଚନ୍ଦ୍ରଭାଗା ଉପକୂଳରେ ଆସି ପହଞ୍ଚିଥିଲେ। ଏନେଇ ଖବର ପାଇବା ପରେ ସ୍ଥାନୀୟ ତହସିଲଦାର, ପୁଲିସ୍‌, ଏନଏସି ନିର୍ବାହୀ ଅଧିକାରୀ ପ୍ରମୁଖ ସେମାନଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଥିବା କ୍ୱାରେଣ୍ଟ।ଇନ ସେଣ୍ଟରରେ ଭର୍ତ୍ତି କରିଥିଲେ। ଏହି ମତ୍ସଜୀବୀମାନଙ୍କ ମଧ୍ୟରୁ ୧୧ଜଣ ଚନ୍ଦ୍ରଭାଗାର ହୋଇଥିବା ବେଳେ ୫ ଜଣ ପୁରୀ ପେଣ୍ଠକଟାର ବୋଲି ଜଣାପଡ଼ିଛି ।

ଏହି ଅଣଓଡ଼ିଆ ମତ୍ସ୍ୟଜୀବୀମାନେ ଓଡ଼ିଶାରେ ଦୀର୍ଘ ଦିନ ହେଲା ରହି ଆସୁଥିବା ବେଳେ ସମୁଦ୍ରରୁ ମାଛ ମାରି ପରିବାର ପ୍ରତିପୋଷଣ କରନ୍ତି। ହେଲେ ଦୁଇ ମାସ ହେଲା ସେମାନେ ନିଜ ଗାଁ ତୁନିକୁ ଯାଇ ଲକଡାଉନ୍‌ରେ ଫସି ରହି ଯାଇଥିଲେ। ତେବେ ସେମାନଙ୍କ ପରିବାର ଲୋକେ ଏଠାରେ ରହୁଛନ୍ତି।

ମତ୍ସ୍ୟଜୀବୀମାନେ ନିଜ ଖର୍ଚ୍ଚରେ ଏକ ଡଙ୍ଗା କିଣି ରବିବାର ସମୁଦ୍ରରେ ଯାତ୍ରା ଆରମ୍ଭ କରିଥିଲେ। ୫୨୦ କିଲୋମିଟର ଯାତ୍ରା କରି ଆଜି ଭୋରରେ ସେମାନେ ଚନ୍ଦ୍ରଭାଗାରେ ପହଞ୍ଚିଥିଲେ। ଏ ସମ୍ପର୍କରେ ସୂଚନା ପାଇବା ପରେ ସ୍ଥାନୀୟ ପ୍ରଶାସନ ଚନ୍ଦ୍ରଭାଗା ଉପକୂଳରେ ରାତି ତମାମ ପାଟ୍ରୋଲିଂ କରି ସେମାନଙ୍କୁ ଅପେକ୍ଷା କରିଥିଲେ।



from Odisha Reporter https://ift.tt/2YVH23C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages