ପୁରୀ (ଓଡ଼ିଶା ରିପୋର୍ଟର): ଜୁନ୍ ୫ ତାରିଖରେ ହେବ ଶ୍ରୀଜିଉଙ୍କ ସ୍ନାନଯାତ୍ରା। ଏହାକୁ ଦୃଷ୍ଟିରେ ରଖି ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ASI) ପକ୍ଷରୁ ଆଜି ସ୍ନାନମଣ୍ଡପକୁ ଯାଞ୍ଚ କରାଯାଇଛି। ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଏହାକୁ ଯାଞ୍ଚ କରିଥିଲେ। ସ୍ନାନମଣ୍ଡପରେ ପଥର ପରିବର୍ତ୍ତନ କିଭଳି ଭାବରେ ହୋଇଛି, ତାହା ସଠିକ୍ ଭାବେ ହୋଇଛି ନା ନାହିଁ, ସେସବୁ ଯାଞ୍ଚ କରିଥିଲା ଟିମ୍। ଏହାସହ ଶ୍ରୀମନ୍ଦିର ଜଗମୋହନ ଓ ନାଟ ମଣ୍ଡପର ବି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଗକୁ ରଥଯାତ୍ରା ଥିବାରୁ ଏଭଳି ରୁଟିନ୍ ଯାଞ୍ଚ ଚାଲିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2XJC1Js
No comments:
Post a Comment