‘ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

‘ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ। ତେବେ ବର୍ଷା ଆରମ୍ଭ ହେଲେ ପଳେଇବେ।  ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ଏହି ସୂଚନା ଦେଇଛନ୍ତି।

ଓଡ଼ିଶାକୁ ପଙ୍ଗପାଳ ଆସିବା ନେଇ କେନ୍ଦ୍ରର ସୂଚନା ପରେ ଆଜି ଏକ ବୈଠକ ବସିଥିଲା। ଏ ବୈଠକ ସରିଲା ପରେ ଓୟୁଏଟି ଡିନ୍‌ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଓଡ଼ିଶାକୁ ଜୁନ୍‌ ମାସରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି। ତେବେ ଓୟୁଏଟି ଓ ବିଦ୍ୟାଧରପୁର ଫାର୍ମର କୀଟତତ୍ତ୍ୱବିତମାନଙ୍କୁ ନେଇ ଏକ ଟିମ୍ ଗଠନ ହେବ। ଏହା ସହିତ ଏସ୍‌ଓପି ଜାରି କରାଯାଇ ଚାଷୀମାନଙ୍କୁ ସଚେତନ କରାଯିବ। ପ୍ରତିଦିନ ଜିଲ୍ଲା ଓ ବ୍ଲକ ସ୍ତରରୁ ରିପୋର୍ଟ ସଂଗ୍ରହ କରାଯିବ।”

ଶ୍ରୀ ଗଡ଼ନାୟକ କହିଛନ୍ତି, କୃଷି ନିର୍ଦ୍ଦେଶକଙ୍କ ଅଧୀନରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ପର୍ଯ୍ୟାପ୍ତ ଔଷଧ, ବଡ଼ ସ୍ପ୍ରେୟର ଓ ଟ୍ରାକ୍ଟର ଦେବା ପାଇଁ ସରକାରଙ୍କୁ କୁହାଯାଇଛି।



from Odisha Reporter https://ift.tt/2ZUmsRU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages