ରାତିରେ ପଶି ଉତ୍ପାତ କଲେ ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 31, 2020

ରାତିରେ ପଶି ଉତ୍ପାତ କଲେ ହାତୀ

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ପାଟମୁଣ୍ଡା ପଞ୍ଚାୟତର ସର୍ଗିଗଡ଼ ଗାଁରେ ହାତୀ ଆତଙ୍କ। ଗତକାଲି ରାତିରେ ହାତୀମାନେ ଗାଁ ଲୋକଙ୍କ ନିଦ ହଜାଇ ଦେଇଥିଲେ। ରାତିରେ ହାତୀପଲ ଆସି ଗାଁର ହରି ପଲେଇଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହିତ ଲାଲମୋହନ ଘଣାଙ୍କ ଘରେ ପଶି ୨ କୁଇଣ୍ଟାଲ ମକ୍କା ଖାଇଥିଲେ ଓ ନଷ୍ଟ କରିଥିଲେ। ତା’ସହିତ ବାଡ଼ିବଗିଚାରେ ଥିବା କଦଳୀ ଗଛ ଦଳିଚକଟି ନଷ୍ଟ କରି ଦେଇଥିଲେ। ଗାଁ ଲୋକେ ହାତୀ ପଶିଥିବା ନେଇ ବନବିଭାଗକୁ ଖବର ଦେଇଥିଲେ। ହେଲେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିଲା ବୋଲି ଅଭିଯୋଗ ହୋଇଛି। ଏହା ସହିତ ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ଗ୍ରାମବାସୀମାନେ ବନ ବିଭାଗର ଉଚ୍ଚ ଅଧିକାରୀଙ୍କ ଠାରେ ଦାବି କରିଛନ୍ତି।



from Odisha Reporter https://ift.tt/2ZWFB5x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages