ବେଜିଂ: ଗୋଟିଏ ପଟେ ଚୀନ୍ କରୋନା ପ୍ରସଙ୍ଗରେ ସମାଲୋଚନାର ଶିକାର ହେଉଛି, ଅନ୍ୟପଟେ ପଡ଼ୋଶୀ ହଂକଂର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଇ ଚୀନ୍ ବଳ ପୂର୍ବକ ଜାତୀୟ ସୁରକ୍ଷା ଆଇନ୍ ଥୋପିବାକୁ ଅଣ୍ଟାଭିଡ଼ିଛି। ଚୀନ୍ ଏଭଳି ବିଧେୟକ ଆଣିବା ପରେ ହଂକଂରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି।
ଦୀର୍ଘ ଦିନ ହେବ ହଂକଂ ପୂର୍ଣ୍ଣ ସ୍ୱାଧୀନତା ଦାବି କରି ଆସୁଛି। ଏହାକୁ ଦବାଇବା ପାଇଁ ଚୀନର ଏକଛତ୍ରବାଦ ଶାସକ ସି ଜିନପିଙ୍ଗ ହଂକଂ ଉପରେ ଜାତୀୟ ସୁରକ୍ଷା ଆଇନ୍ ଆଣିବାକୁ ଚେଷ୍ଟା କରୁଛନ୍ତି।
ଚୀନର ଏଭଳି ପଦକ୍ଷେପକୁ ଧୋକ୍କା ବୋଲି କହିଛନ୍ତି ହଂକଂର ପୂର୍ବତନ ଗଭର୍ଣ୍ଣର କ୍ରିସ ପେଟେନ। ଚୀନ୍ର ଷଡ଼ଯନ୍ତ୍ର ବିରୁଦ୍ଧରେ ଛିଡ଼ା ହୋଇ ଏହାକୁ ବନ୍ଦ କରିବାକୁ ଦାବି କରିଛନ୍ତି ସେ। ଚୀନ ଦ୍ୱାରା ପ୍ରସ୍ତାବିତ ହୋଇଥିବ ବିଧେୟକକୁ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି ବୋଲି ଗଭର୍ଣ୍ଣର କ୍ରିସ ପେଟେନ କହିଛନ୍ତି।
ଚୀନ ଯଦି ଏହି ଆଇନ୍ ଲାଗୁ କରିବ ତା’ହେଲେ ଆଗାମୀ ଦିନରେ ହଂକଂବାସୀ ଆଉ ଚୀନ୍ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ ନାହିଁ। ଏମିତିକି ଚୀନ୍ ବିରୋଧରେ କିଛି ମନ୍ତବ୍ୟ ଦେବା ଅପରାଧ ବୋଲି ବିବେଚିତ ହେବ। ଏଥିପାଇଁ କଡ଼ା ଦଣ୍ଡ ଭୋଗିବାକୁ ହେବ। ଏମିତିକି ହଂକଂରେ ବିଦେଶୀ ଲୋକଙ୍କ ଗତିବିଧି ଉପରେ ମଧ୍ୟ ରୋକ୍ ଲାଗିଯିବ। ତେବେ ଚୀନ୍ କିନ୍ତୁ କହିଛି ବିଦେଶୀଙ୍କ ଉପରେ ଏହି ଆଇନ୍ କୌଣସି ପ୍ରଭାବ ପକାଇବନି।
ସୂଚନାଯୋଗ୍ୟ, ହଂକଂ ବ୍ରିଟେନ ଅଧୀନରେ ଥିଲା। ହେଲେ ଜୁଲାଇ ୧, ୧୯୯୭ରେ ଏହି ଦେଶକୁ ବ୍ରିଟେନ ଚୀନକୁ ହସ୍ତାନ୍ତର କରିଥିଲା। ହସ୍ତାନ୍ତର ପୂର୍ବରୁ ୧୯୮୪ରେ ଚୀନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଝାଓ ଜିଆଙ୍ଗ ହଂକଂକୁ ସ୍ୱାଧୀନ ଦେଶ ଭାବେ ବଜାୟ ରଖିବାକୁ ଗ୍ୟାରେଣ୍ଟି ଦେଇଥିଲେ ବ୍ରିଟେନକୁ। ଏଥିସହ ହସ୍ତାନ୍ତର ପରେ ମଧ୍ୟ ବ୍ରିଟେନରେ ପାଟନ୍ (୭୬) ଅନୁଯାୟୀ ବ୍ରିଟେନ ହଂକଂର ନୀତି, ଅର୍ଥନୀତିକ ଏବଂ ନ୍ୟାୟିକ ବ୍ୟବସ୍ଥା ଉପରେ ମତ ରଖିବାର ଅଧିକାର ପାଇଥିଲା।
ଏବେ ଏହି ଧାରରେ ବ୍ରିଟେନ୍ ମଧ୍ୟ ଚୀନକୁ ନିଜ ପୂର୍ବ ଆଇନ୍ ମନେ ପକାଇବାକୁ କହିଛି। ଅନ୍ୟପଟେ କରୋନା ପ୍ରସଙ୍ଗରେ ଚୀନକୁ ଚେକ୍ ଦେବ ବୋଲି ଅଣ୍ଟାଭିଡିଥିବା ଆମେରିକା ଏବେ ହଂକଂର ଦାବିକୁ ସମର୍ଥନ କରିଛି। ଖାଲି ଆମେରିକା ବ୍ରିଟେନ ନୁହଁ, ଅଷ୍ଟ୍ରେଲିଆ, କାନାଡା ଆଦି ଦେଶ ମଧ୍ୟ ହଂକଂ ସମର୍ଥନରେ ବାହାରିଛନ୍ତି। ମୁଖ୍ୟତଃ ସମର୍ଥନ କରୁଥିବା ଦେଶଗୁଡ଼ିକ ଗଣତାନ୍ତ୍ରିକ ଦେଶ।
from Odisha Reporter https://ift.tt/3gjAGkO
No comments:
Post a Comment