ଓ୍ୱେଲିଂଟନ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡାନ ସୋମବାର ଟିଭି ଚ୍ୟାନେଲକୁ ଲାଇଭ୍ ଇଣ୍ଟରଭ୍ୟୁ ଦେଉଥିବାବେଳେ ଭୂମିକମ୍ପ ହୋଇଥିଲା। ହେଲେ ଜାସିଣ୍ଡା ଏଥିରେ ବିଚଳିତ ନହୋଇ କେବଳ ହସି ଦେଇଥିବା ଦେଖିବାକୁ ମିଳିଛି। ସେ ନ୍ୟୁଜ ହବର ଆଙ୍କର ରିଆନ୍ ବ୍ରିଜଙ୍କୁ ତାଙ୍କ ଦେଶର ସଂସଦ ବାବଦରେ କହିବା ବେଳେ ଭୂମିକମ୍ପ ହୋଇଥିଲା। ଏହି ସମୟରେ ସେ କିଛି ସମୟ ପାଇଁ ନିରବ ରହି ଛିଡ଼ା ହୋଇଥିବା ସ୍ଥାନର ଚାରି କାନ୍ଥକୁ ଦେଖିଥିଲେ।
ଏହାପରେ ନ୍ୟୁଜ୍ ଆଙ୍କରଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ, “ମୋତେ ଭୂମିକମ୍ପର ଝଟକା ଅନୁଭୂତ ହେଉଛି, ମୋ ପଛରେ ସବୁ କିଛି ଠିକ୍ ଠାକ୍ ରହିଛି କି ନାହିଁ”।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡରେ ବାରମ୍ୱାର ଭୂମିକମ୍ପ ଅନୁଭୂତ ହୁଏ। ଆମେରିକା ଜିୟୋଲୋଜିକାଲ ସର୍ଭେ ଅନୁଯାୟୀ ସୋମବାର ପ୍ରଶାନ୍ତ ମହାସାଗରରେ ଭୂମିକମ୍ପ ହୋଇଥିଲା। ଏହି ସମୟରେ ଭୂକମ୍ପର ତୀବ୍ରତା ୫.୬ ରହିଥିଲା।
from Odisha Reporter https://ift.tt/2XvcaVz
No comments:
Post a Comment