ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କେବଳ ଅନ୍ଲାଇନ୍ରେ ମଦ ବିକ୍ରି ନେଇ ସରକାର ଅନୁମତି ଦେଇଥିବା ବେଳେ ବହୁ ଦୋକାନୀ ଆଉ ପାଦେ ଆଗେଇ ଯାଇଛନ୍ତି। ସରକାରୀ ନିୟମର ଉଲ୍ଲଘଂନ କରି ରାଜଧାନୀ ଭୁବନେଶ୍ୱରରେ ବହୁ ଦୋକାନୀ ଅଫ୍ଲାଇନ୍ରେ ଖୁଲମ୍ଖୁଲା ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱରର ବ୍ୟସ୍ତବହୁଳ ବାପୁଜୀ ନଗର ଅଞ୍ଚଳରେ ଏକ ମଦ କାଉଣ୍ଟର ଆଜି ସକାଳେ ଅଳ୍ପ ଖୋଲା ଥିବା ବେଳେ ତା ଆଗରେ କିନ୍ତୁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା। କିଏ ହାତରେ ବ୍ୟାଗ୍ ତ କିଏ ଜରି ଧରି ଛିଡ଼ା ହୋଇଯାଇଥିଲା। ସାମାଜିକ ଦୂରତା ରକ୍ଷା ନିମନ୍ତେ ଗୋଲେଇ ବୁଲା ଯାଇଥିବା ବେଳେ ଏହାକୁ ମାନିବା ଅବସ୍ଥାରେ କିନ୍ତୁ କେହି ନ ଥିଲେ। ଏପରିକି ବହୁ ଦିନ ପରେ ମନ ପସନ୍ଦର ଜିନିଷ ନେବା ଲାଗି ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଏପରିକି ଗୋଟିଏ ଗୋଟିଏ ଗୋଲେଇ ଭିତରେ ୩ ଜଣରୁ ଊର୍ଦ୍ଧ୍ୱ ବ୍ୟକ୍ତି ଛିଡ଼ା ହୋଇଥିଲେ।
ସେହିପରି ବୁଦ୍ଧନଗରରେ ମଧ୍ୟ ବେଆଇନ୍ ଭାବେ ମଦ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଗୋଟିଏ ପଟେ ଦୋକାନୀମାନେ ସରକାରଙ୍କ ନିୟମକୁ ଉଲ୍ଲଙ୍ଘନ କରି ଅଫ୍ଲାଇନ୍ରେ ମଦ ବିକ୍ରି କରୁଥିବାବେଳେ ଅନ୍ୟପଟେ ଲୋକମାନେ ବି କରୋନା କଟକଣାକୁ ନ ମାନି ମଦ ପାଇଁ ଦୋକାନ ଆଗରେ ଭିଡ଼ ଜମାଇଛନ୍ତି।
from Odisha Reporter https://ift.tt/2zrI5xZ
No comments:
Post a Comment