୨୦୨୧ରେ ନ ହେଲେ, ଚଳିତ ଥର ହେବନି ଅଲିମ୍ପିକ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 20, 2020

୨୦୨୧ରେ ନ ହେଲେ, ଚଳିତ ଥର ହେବନି ଅଲିମ୍ପିକ୍ସ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ୨୦୨୦ରେ ଅନୁଷ୍ଠିତ ହେବାକୁ ଥିବା ଅଲିମ୍ପିକ୍ସ ଗେମ୍ସକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଛି। ୨୦୨୧ ପ୍ରଥମ ଭାଗରୁ ହିଁ ଏହା ଅନୁଷ୍ଠିତ ହେବ। ହେଲେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ୨୦୨୧ ବେଳକୁ ସ୍ଥିତି ଯେ ସୁଧୁରି ଥିବ ଏବଂ ଅଲମ୍ପିକ୍ସ ଆରମ୍ଭ ହେବ, ତା’ହା କହିବା ମୁସ୍କିଲ।

ଏସବୁ ଭିତରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ମୁଖ୍ୟ ଥୋମାସ ବାଚ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, କରୋନା ଭାଇରସ ପାଇଁ ୨୦୨୦ରୁ ୨୦୨୧କୁ ଅଲିମ୍ପିକ୍ସକୁ ଘୁଞ୍ଚାଇ ଦିଅଯାଇଛି। ଯଦି ୨୦୨୧ରେ ଅଲିମ୍ପିକ୍ସ ହେବନାହିଁ, ତା’ହେଲେ ଚଳିତ ଥର ଆଉ ଅଲିମ୍ସିକ୍ସ ଗେମ କରାଯାଇ ପାରିବ ନାହିଁ।

୨୦୨୦ ଜୁଲାଇ ମାସରୁ ବିଶ୍ୱର ସବୁଠାରୁ ବଡ଼ କ୍ରୀଡ଼ା ଇଭେଣ୍ଟ ଆରମ୍ଭ ହେବାର ଥିଲା। କିନ୍ତୁ ମାର୍ଚ୍ଚ ମାସଠାରୁ କରୋନା ବେକାବୁ ହେବାରୁ ଅଲିମ୍ପିକ୍ସ ଆୟଜନ କରିବାକୁ ଥିବା ଦେଶ ଜାପାନ ଏହାକୁ ସ୍ଥଗିତ ରଖିବାକୁ ପରାମର୍ଶ ଦେଇଥିଲା। ଶେଷରେ ଆଇଓସି ଏହାକୁ ୨୦୨୧କୁ ଘୁଞ୍ଚାଇ ଦେଇଥିଲା।

ଅନ୍ୟପକ୍ଷରେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି, ଯେଉଁ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଉପରେ ବିରାମ ଲାଗିନାହିଁ, ସେ ଯାଏ ଅଲିମ୍ପିକ୍ସ ହେବା ଅସମ୍ଭବ। ଭାଇରସ ନ ଥମିବା ଯାଏ ୨୦୨୧ରେ ବି ମଲ୍ଟି ସ୍ପୋର୍ଟସ ଇଭେଣ୍ଟ ହୋଇପାରିବ ନାହିଁ। ଜାପାନରେ ୧୭,୧୦୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୯୭ ଜଣ ପ୍ରାଣ ହରାଇଛନ୍ତି।

ଥୋମାସ କହିଛନ୍ତି, “ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ ଯେ ଆପଣ କେବେ ହେଲେ ବର୍ଷବର୍ଷ ଧରି ୩ରୁ ୫ ହଜାର ସଂଖ୍ୟକ ଲୋକଙ୍କୁ ଗୋଟିଏ ସ୍ପୋର୍ଟସ ଇଭେଣ୍ଟ ପାଇଁ ଆୟୋଜକ କମିଟିରେ ନିଯୁକ୍ତି ଦେଇ ରଖିପାରିବେ ନାହିଁ। ଆମେ ପ୍ରତିବର୍ଷ ସ୍ପୋର୍ଟସ ସୂଚୀକୁ ବଦଳାଇ ପାରିବୁ ନାହିଁ।

କାରଣ ୨୦୨୧ରେ ଅଲିମ୍ପିକ୍ସ ହେଲେ, ଅନେକ ବଡ଼ବଡ଼ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀକୁ ବଦଳାଇବାକୁ ପଡ଼ିବ। ଯଦି ୨୦୨୧ରେ ନ ହେଲା, ତା’ହେଲେ ପୁଣିଥରେ ପରବର୍ତ୍ତୀ ସମୟରେ ଅନ୍ୟ କ୍ରୀଡ଼ା ଇଭେଣ୍ଟର ସୂଚୀକୁ ବଦଳାଇବାକୁ ପଡ଼ିବ। ଏହା ବର୍ଷବର୍ଷ ଧରି କରିବା ସମ୍ଭବ ନୁହେଁ। ଆମେ କେବେ ହେଲେ ଖେଳାଳିଙ୍କୁ ଅନିଶ୍ଚିତତା ମଧ୍ୟକୁ ଠେଲି ପାରିବୁ ନାହିଁ। ”



from Odisha Reporter https://ift.tt/3cRCf7F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages