ଝାରସୁଗୁଡ଼ା(ଭାଗିରଥୀ ସାହୁ): ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଂଜାମ ଅଭିମୁଖେ ଆସୁଥିବା ଏକ ବସ୍ରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ସାନଖୋଲି ଗାଁର ୬୦ ବର୍ଷୀୟ ଭାସ୍କର ନାହାକ ।
ବସ୍ଟି ସୁରତରୁ ଗଞ୍ଜାମ ଅଭିମୁଖେ ଫେରୁଥିବା ବେଳେ ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଗେଟ୍ ନିକଟରେ ସେମାନଙ୍କ ସ୍କ୍ରିନିଂ କରାଯାଇଥିଲା। ଉକ୍ତ ସମୟରେ ଭାସ୍କର ସୁସ୍ଥ ଥିଲେ। କିନ୍ତୁ ବସ୍ଟି ପୁଞ୍ଜିପଥର ନିକଟରେ ପହଞ୍ଚିବା ବେଳକୁ ସେ ଅସୁସ୍ଥତା ଅନୁଭବ କରୁଥିବା ସହଯୋଗୀଙ୍କୁ କହିଥିଲେ। ଖବର ପାଇ ମେଡିକାଲ ଟିମ୍ ସେଠାରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସେଠାରେ ସ୍ଥାନୀୟ ପୁଲିସ୍ ମୃତଦେହକୁ ବାହାର କରିଦେବା ପରେ ବସ୍ଟି ଗଞ୍ଜାମ ଅଭିମୁଖେ ଯାଇଥିଲା। ଆଜି ମୃତଦେହ ପରିବାର ଲୋକଙ୍କୁ଼ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
from Odisha Reporter https://ift.tt/2z8LFx3
No comments:
Post a Comment