ମଉଳିନି ଆଇପିଏଲ ଆଶା, ବର୍ଷା ପରେ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 21, 2020

ମଉଳିନି ଆଇପିଏଲ ଆଶା, ବର୍ଷା ପରେ ଆରମ୍ଭ ହୋଇପାରେ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ପାଇଁ ଚଳିତ ବର୍ଷ ଆଇପିଏଲ ହେବ କି ନାହିଁ ତା’କୁ ନେଇ ସସପେନ୍ସ ଜାରି ରହିଛି। କରୋନା ପାଇଁ ଲକଡାଉନ ବଢ଼ୁଥିବାରୁ ଆଇପିଏଲର ୧୩ତମ ସଂସ୍କରଣକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ଥଗିତ ରଖାଯାଇଛି।

ତେବେ ଆଇପିଏଲକୁ ନେଇ ଆଶା ମଉଳି ନଥିବା ବିସିସିଆଇ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଯିବା ପରେ ବିସିସିଆଇ ଆଇପିଏଲର ୧୩ତମ ସଂସ୍କରଣ ଆରମ୍ଭ କରିବାର ସଙ୍କେତ ଦେଇଛି। ଏ ସମ୍ପର୍କରେ ବିସିସିଆଇ ସିଇଓ ରାହୁଲ ଜୋହରି ସୂଚନା ଦେଇଛନ୍ତି।

ସୂତ୍ର ଅନୁସାରେ, ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ସ୍ଥଗିତ ରଖିବା ପାଇଁ ଆଇସିସି ଚିନ୍ତା କରୁଛି। ଏହାକୁ ବିସିସିଆଇ ଜୋରଦାର ସମର୍ଥନ କରିବାରେ ଲାଗିଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଅଷ୍ଟ୍ରେଲିଆରେ ବିଶ୍ୱକପ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି।

ହେଲେ କରୋନା ଭାଇରସ ପାଇଁ ଏହା ଅନୁଷ୍ଠିତ ହେବା ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି। ଏସବୁ ଭିତରେ ରାହୁଲ କହିଛନ୍ତି, “ଦେଶର ସାଧାରଣ ନିର୍ବାଚନରେ ଭୋଟ ଦେଇଥିବା ଲୋକଙ୍କ ତୁଳନାରେ ଯଥେଷ୍ଟ ଅଧିକ ଲୋକ ଗତବର୍ଷ ଆଇପିଏଲ ଦେଖିଥିଲେ। ପ୍ରାୟୋଜକଙ୍କ ପାଇଁ କ୍ରିକେଟ ଏକ ଲିଡର ଓ ଏହା ସେମାନଙ୍କୁ ଆଗକୁ ନେଇଥାଏ।

ଭି-ଆକାରର ଆରୋଗ୍ୟ ଅପେକ୍ଷା ଏକ ଦ୍ରୁତ ଆରୋଗ୍ୟ ଏକ ଭଲ ପଦକ୍ଷେପ। ବର୍ତ୍ତମାନର ସ୍ଥିତି ଯାହା, ଧୀରେଧୀରେ ସବୁ କିଛି ଠିକ ହେବ। ଆମେ ଆସନ୍ତାକାଲି ଯେ ସବୁ କିଛି ଠିକ ହୋଇଯିବ ବୋଲି କହିପାରିବା ନାହିଁ।

ବିମାନ ସେବା ଆରମ୍ଭ ହେଲେ ସମସ୍ତଙ୍କୁ ମ୍ୟାଚ୍‌ ଖେଳିବା ପୂର୍ବରୁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ତେଣୁ ଏହା ମ୍ୟାଚ୍‌ ସୂଚୀରେ କେତେଦୂର ଫରକ ପକାଇବ, ତାହା ଦେଖିବାକୁ ପଡ଼ିବ। ଆମର ଆଶା ସବୁ କିଛି ଠିକ ହୋଇଯିବ ଓ ମୌସୁମୀ ପରେ ଆମେ ପୁଣିଥରେ ଆଇପିଏଲ ଆରମ୍ଭ କରିପାରିବୁ।”



from Odisha Reporter https://ift.tt/2XgkfNt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages