ମାତ୍ର କିଛି ମାସ ତଳେ ବାହା ହୋଇଥିଲେ, ଆତଙ୍କୀଙ୍କ ସହ ଲଢ଼ି ସହିଦ ହୋଇଗଲେ ମେଜର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

ମାତ୍ର କିଛି ମାସ ତଳେ ବାହା ହୋଇଥିଲେ, ଆତଙ୍କୀଙ୍କ ସହ ଲଢ଼ି ସହିଦ ହୋଇଗଲେ ମେଜର

ନୂଆଦିଲ୍ଲୀ: ମାତ୍ର ୩ରୁ ୪ ମାସ ତଳେ ବିବାହ କରିଥିଲେ ୩୧ ବର୍ଷୀୟ ମେଜର ଅନୁଜ ସୁଦ। ହେଲେ ପତ୍ନୀଙ୍କ ସହ ଭଲ ଭାବେ ସମୟ କାଟିବା ପୂର୍ବରୁ ଦେଶ ପାଇଁ ସହିଦ ହୋଇଯାଇଛନ୍ତି ସେ। ତାଙ୍କ ହାତ ଧରି ମାତ୍ର ୩ରୁ ୪ ମାସ ତଳେ ସାରା ଜୀବନ କାଟିବାକୁ ଆଗେଇ ଆସିଥିବା ପତ୍ନୀ ଏବେ ଏକୁଟିଆ। ମେଜର ଅନୁଜଙ୍କ ବାପା ମଧ୍ୟ ଏକଥା ଭାବି ବେଶ ଚିନ୍ତିତ। ହେଲେ ଦେଶ ପାଇଁ ପୁଅ ବଳିଦାନ ଦେଇଥିବାରୁ ସେ ଗର୍ବ ଅନୁଭବ କରୁଥିବା କହିଛନ୍ତି।

କାରଣ ମେଜର ଅନୁଜଙ୍କ ବାପା ମଧ୍ୟ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ଗତକାଲି ଜମ୍ମୁ-କଶ୍ମୀରର ହନ୍ଦୱାରାରେ ଆତଙ୍କୀଙ୍କ ସହ ଲଢ଼େଇ କରିବା ବେଳେ ମେଜର ଅନୁଜଙ୍କ ସମେତ କର୍ଣ୍ଣେଲ ଆଶୁତୋଷ ଶର୍ମା, ନାଏକ ରାଜେଶ, ଲାଏନ୍ସ ନାଏକ ଦୀନେଶ ଓ ଜମ୍ମୁ-କଶ୍ମୀର ପୁଲିସର ସବ ଇନସପେକ୍ଟର ଶକୀଲ କାଜି ସହିଦ ହୋଇଥିଲେ।

ଦେଶ ପାଇଁ ସହିଦ ହେବା ପୂର୍ବରୁ ଏହି ବାହାଦୂର ସୁରକ୍ଷାକର୍ମୀମାନେ ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସକ୍ଷମ ହୋଇଥିଲେ। ଏବେ ମେଜର ଅନୁଜଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି ତଥ୍ୟ ସାମ୍ନାକୁ ଆସିଛି।

ଅନୁଜଙ୍କ ବାପା ହେଉଛନ୍ତି ଅବସରପ୍ରାପ୍ତ ବ୍ରିଗେଡିୟର ଚନ୍ଦ୍ରକାନ୍ତ ସୁଦ। ସେ କହିଛନ୍ତି, “ସେ ଦେଶ ପାଇଁ ବଳିଦାନ ଦେଇଛି। ଏହା ତା’ ଡ୍ୟୁଟିର ଏକ ଅଂଶବିଶେଷ। ଏଥିପାଇଁ ତାଲିମ ମଧ୍ୟ ଦିଆଯାଇଥାଏ। ମୁଁ ଏବେ ତା’ ପତ୍ନୀ ପାଇଁ ଦୁଃଖ କରୁଛି। କାରଣ ମାତ୍ର ୩ରୁ ୪ ମାସ ତଳେ ତା’ର ବିବାହ ହୋଇଥିଲା।”

ପିଲାଟି ବେଳୁ ଅନୁଜ ଆର୍ମିରେ ସାମିଲ ହେବାକୁ ଲକ୍ଷ୍ୟ ରଖିଥିଲେ। ଶେଷରେ ସେ ୨୧ ରାଷ୍ଟ୍ରୀୟ ରାଫଲରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ତାଙ୍କ ପତ୍ନୀ ପୁଣେର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ୧୯୮୯ ମସିହା ଡିସେମ୍ବର ୧୭ରେ ବେଙ୍ଗାଲୁରୁରେ ମେଜର ସୁଦ ଜନ୍ମ ଗ୍ରହଣ କରିଥିଲେ। ସ୍କୁଲ ଶିକ୍ଷା ପରେ ସେ ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ଆଡମିସନ ନେଇଥିଲେ।

ମେଜର ଅନୁଜଙ୍କ ବାପା ବ୍ରିଗେଡିୟର ହୋଇଥିବା ବେଳେ ଭଉଣୀ ହର୍ଷିତା ଆର୍ମିରେ କ୍ୟାପ୍ଟେନ ଭାବେ କାର୍ଯ୍ୟ କରୁଛନ୍ତି। ହର୍ଷିତା ଜଣେ ଜାତୀୟ ସ୍ତରର ଶୁଟର। ତାଙ୍କର ବଡ଼ ଭଉଣୀ ଅଷ୍ଟ୍ରେଲିଆରେ ରହୁଥିବା ବେଳେ ମା’ ସୁମନ ଯମୁନାନଗର ସ୍ଥିତ ସରକାରୀ ସ୍କୁଲରେ ପ୍ରିନ୍ସିପାଲ ଅଛନ୍ତି।

ମେ’ ୨ ତାରିଖ ମଧ୍ୟାହ୍ନ ୩.୩୦ରେ ହନ୍ଦୱାରାର ଛାଞ୍ଜୁମୁଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ସନ୍ଧ୍ୟା ସମୟରେ ମେଜର ଓ କର୍ଣ୍ଣେଲ ରାଙ୍କର ଦୁଇ ଜଣ ଅଫିସର ୨ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଗୋଟିଏ ଘର ମଧ୍ୟରେ ଫସି ଯାଇଥିବା ଖବର ମିଳିଥିଲା। କିଛି ସମୟରେ ଅଫିସର ଓ ୟୁନିଟି ସହ ସେନାଧିକାରଙ୍କ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

ରେଡିଓ କଣ୍ଟାକ୍ଟ ବିଚ୍ଛିନ୍ନ ହେବାରୁ ସେନାଧିକାରୀମାନେ କର୍ଣ୍ଣେଲ ଶର୍ମାଙ୍କଙ୍କ ଫୋନକୁ କଲ କରିଥିଲେ। ଏହି ସମୟରେ ଆତଙ୍କବାଦୀ ହିଁ ତାଙ୍କ ଫୋନ ଉଠାଇଥିଲା। ତେବେ ଏହି ଏନକାଉଣ୍ଟରରେ ଲସ୍କରର ଟପ କମାଣ୍ଡର ହାଇଦର ଓ ତା’ ସହଯୋଗୀ ନିହତ ହୋଇଥିଲେ।



from Odisha Reporter https://ift.tt/2YqGW3U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages