ବନଗଙ୍ଗା ଟ୍ୟାଙ୍କରେ ଋଷିଙ୍କ ଚିତାଭସ୍ମ ବିସର୍ଜନ, ରଣବୀର ଓ ନୀତୁଙ୍କ ଶୋକସଭା ଫଟୋ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

ବନଗଙ୍ଗା ଟ୍ୟାଙ୍କରେ ଋଷିଙ୍କ ଚିତାଭସ୍ମ ବିସର୍ଜନ, ରଣବୀର ଓ ନୀତୁଙ୍କ ଶୋକସଭା ଫଟୋ ଭାଇରାଲ

ମୁମ୍ବାଇ: ବଲିଊଡର ପ୍ରଥମ ଚକଲେଟ ବୟ ତଥା ଏଭରଗ୍ରୀନ ସୁପରଷ୍ଟାର ସ୍ୱର୍ଗତ ଋଷି କପୁରଙ୍କ ଚିତାଭସ୍ମକୁ ପରିବାର ଲୋକ ବିସର୍ଜନ କରିଛନ୍ତି। ରବିବାର ମୁମ୍ବାଇର ବନଗଙ୍ଗା ଟ୍ୟାଙ୍କରେ ଏହାକୁ ବର୍ଜନ କରାଯିବା ବେଳର ଫଟୋ ଓ ଭିଡିଓ ଭାଇରାଲ ହେଉଛି।

ଲକଡାଉନ୍ ଯୋଗୁ ହରିଦ୍ୱାର ଯିବା ପାଇଁ ପରିବାର ଲୋକଙ୍କୁ ଅନୁମତି ନ ମିଳିବାରୁ ମୁମ୍ବାଇରେ ହିଁ ଚିତାଭସ୍ମ ବିସର୍ଜନ କରାଯାଇଛି। ଏହି ସମୟରେ ଋଷି କପୁରଙ୍କ ପତ୍ନୀ ନୀତୁ କପୁର, ପୁଅ ରଣବୀର କପୁର, ଝିଅ ରିଦ୍ଧିମା, ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଫିଲ୍ମ ନିର୍ମାତା ଆୟନ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହାପୂର୍ବରୁ ଶନିବାର ଋଷିଙ୍କ ଉଦ୍ଦେଶ୍ୟରେ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ପତ୍ନୀ ନୀତୁ କପୁର ଓ ପୁଅ ରଣବୀର କପୁରଙ୍କ ସମତେ ବହୁ ବ୍ୟକ୍ତି ଏହି ଭେଟେରାନ୍ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ମା’ ନୀତୁଙ୍କ ସହ ରଣବୀର ବାପାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିବା ଦେଖିବାକୁ ମିଳିଛି। ତେବେ ଶୋକସଭା ବେଳେ ରଣବୀର ମଥାରେ ତିଳକ ସହ ମୁଣ୍ଡରେ ନାଲି ପଗଡ଼ି ଏବଂ ନୀତୁ ଧଳା ଡ୍ରେସ ପନ୍ଧିଥିଲେ। ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି।

 

View this post on Instagram

 

#ranbirkapoor #neetukapoor #riddhimakapoorsahni at Banganga for rituals #rishikapoor #rip

A post shared by Viral Bhayani (@viralbhayani) on

ଗତ ୩୦ ତାରିଖରେ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଋଷି କପୁରଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ସେହିଦିନ ମୁମ୍ବାଇ ଚନ୍ଦନୱାଡ଼ି ଶ୍ମଶାନରେ ହିନ୍ଦୁ ରୀତି ନୀତିରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।

 

View this post on Instagram

 

UNBELIEVABLE 😢😢😢💔💔💔💔

A post shared by @ pammi_bakshi_gautam on



from Odisha Reporter https://ift.tt/3djlQc1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages