ଟ୍ରେନ୍‌ରେ ଫେରିଲେ ୧୨ ଶହ ପ୍ରବାସୀ ଓଡ଼ିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

ଟ୍ରେନ୍‌ରେ ଫେରିଲେ ୧୨ ଶହ ପ୍ରବାସୀ ଓଡ଼ିଆ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ଓଡ଼ିଶା ଫେରିଲେ ଆଉ ୧୨ ଶହ ପ୍ରବାସୀ ଓଡ଼ିଆ। କେରଳ ଏର୍ଣ୍ଣାକୁଲମ୍‌ରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନେ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଲେ। ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଛି ।

ପରେ ପ୍ରାୟ ୩୦ଟି ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଯାଇଛି। ନିଜ ନିଜ ଅଞ୍ଚଳରେ ପହଞ୍ଚିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌‌ରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆହୁରି ୨ଟି ଟ୍ରେନ୍ ସୁରତରୁ ଆସୁଥିବା ସୂଚନା ମିଳିଛି । ଲକ୍‌ଡାଉନ୍‌ ଯୋଗୁଁ ଲକ୍ଷ ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ ଫସି ରହିଛନ୍ତି।  ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ।



from Odisha Reporter https://ift.tt/3aYguBm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages