ସୁପର-ସାଇକ୍ଲୋନ୍‌ ହୋଇପାରେ ‘ଅମ୍ଫାନ’; ଘଣ୍ଟା ପ୍ରତି ୨୨୦ରୁ ୨୬୫ କି.ମି. ବେଗରେ ବହିପାରେ ପବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ସୁପର-ସାଇକ୍ଲୋନ୍‌ ହୋଇପାରେ ‘ଅମ୍ଫାନ’; ଘଣ୍ଟା ପ୍ରତି ୨୨୦ରୁ ୨୬୫ କି.ମି. ବେଗରେ ବହିପାରେ ପବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ସୁପର-ସାଇକ୍ଲୋନ୍‌ରେ ପରିଣତ ହୋଇପାରେ ବାତ୍ୟା ‘ଅମ୍ଫାନ’। ଏମିତି କିଛି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ତାଙ୍କ ସୂଚନା ଅନୁଯାୟୀ, ‘ଅମ୍ଫାନ’ ଅତି ଭୀଷଣ ରୂପ ଧାରଣ କରି ସାରିଛି।  ଏବେ ଏହା ପାରାଦୀପଠାରୁ ୭୯୦ କି.ମି. ଦୂରରେ ରହିଛି।  ସେହିପରି ଦୀଘାଠାରୁ ଦକ୍ଷିଣ ଦକ୍ଷିଣପଶ୍ଚିମରେ ୯୪୦ କି.ମି. ଦୂରରେ ରହିଛି। ଅତି ଭୀଷଣ ରୂପ ଧାରଣ କରିବା ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଉଛି।  ଏବେ ଏହା ଘଣ୍ଟାକୁ ୧୩ କି.ମି. ବେଗରେ ଗତି କରୁଛି।  ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ସୁପର-ସାଇକ୍ଲୋନରେ ପରିଣତ ହୋଇପାରେ। ଏଥିଯୋଗୁ ଘଣ୍ଟା ପ୍ରତି ୨୨୦ରୁ ୨୬୫ କି.ମି. ବେଗରେ ପବନ ବହିପାରେ।

୨୦ ତାରିଖରେ ‘ଅମ୍ଫାନ’ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ଭିତରେ ଭେରି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ରୂପରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଓଡ଼ିଶା ଉପରେ ମଧ୍ୟ ସାମୁଦ୍ରିକ ଝଡ଼ ‘ଅମ୍ଫାନ’ର ପ୍ରଭାବ ପଡ଼ିବ । ବିଶେଷତଃ ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପ୍ରଭାବ ଅନୁଭୂତ ହେବ  । ଏହା ପ୍ରଭାବରେ ରାଜ୍ୟରେ ଆଜି ସନ୍ଧ୍ୟାରୁ  ବର୍ଷା, ପବନ ଆରମ୍ଭ ହୋଇ ୨୦ ତାରିଖ ଅପରାହ୍ନ ଯାଏଁ ବଢ଼ି ଚାଲିବ ।

ଉତ୍ତର ଓଡ଼ିଶାରେ  ଅତିପ୍ରବଳ ବର୍ଷା ହେବା ସହ ପବନର ବେଗ ୧୯ ତାରିଖରେ ଘଣ୍ଟାପ୍ରତି ୭୫ରୁ ୮୫, ଏମିତିକି ୯୫ କିଲୋମିଟର ମଧ୍ୟ ଛୁଇଁ ପାରେ।  ତେବେ ୨୦ ତାରିଖ ଅପରାହ୍ନରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ଓ ବେଳେ ବେଳେ ୧୩୫ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।



from Odisha Reporter https://ift.tt/2LE5T4g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages