ଲକ୍ଷେ ମୁହାଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୩ ହଜାର ଡେଇଁଲା ମୃତ୍ୟୁସଂଖ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 17, 2020

ଲକ୍ଷେ ମୁହାଁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ୩ ହଜାର ଡେଇଁଲା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ହୁହୁ ହୋଇ ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ। ସ୍ଥିତି ଏପରି ହୋଇଛି ଯେ ପ୍ରତିଦିନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବଦିନର ରେକର୍ଡ ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷେ ମୁହାଁ ହେଲାଣି।

ଗତ ୨୪ ଘଣ୍ଟାରେ ପ୍ରଥମଥର ପାଇଁ ୫ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୫,୨୪୨ ଜଣ ନୂଆ ରୋଗୀ ଚିହ୍ନଟ ହେବାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬,୧୬୯ରେ ପହଞ୍ଚି ଯାଇଛି। ସେହିପରି ମୃତ୍ୟୁସଂଖ୍ୟା ବି ୩ ହଜାର ପାର କରିଛି। ଗତ ୨୪ ଘଣ୍ଟାରେ କରୋନା ୧୫୭ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୨୯ରେ ପହଞ୍ଚି ଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରବିବାର କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି। ଏଯାଏ ମୋଟ ୩୬,୮୨୪ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୫୬,୩୧୬ ଜଣ ଚିକିତ୍ସିତ ହେଉଛନ୍ତି।

ଆଜିଠାରୁ ଦେଶରେ ଲକଡାଉନ ୪.୦ ଆରମ୍ଭ ହୋଇଛି। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଏଥର କିଛି ନିୟମ କୋହଳ କରିଛନ୍ତି। ହେଲେ ପ୍ରଥମ ଦିନରେ ୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଅଧିକ ଜଟିଳ ହୋଇଛି।

୨୪ ଘଣ୍ଟାରେ ଏଠାରେ ରେକର୍ଡ ୨୩୪୭ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୫୩ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ୬୩ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସହଖ୍ୟା ୧୧୯୮ରେ ପହଞ୍ଚି ଯାଇଛି। ଏଠାରେ ୨୪ ଘଣ୍ଟାରେ ୬୦୦ ରୋଗୀ କରୋନାରୁ ମୁକ୍ତି ପାଇ ଘରକୁ ଫେରିଛନ୍ତି। ଏଯାଏ ମୋଟ ୭,୬୮୮ ଜଣ ସୁସ୍ଥ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ପୁଣିଥରେ କ୍ଷତିଗ୍ରସ୍ତ ରାଜ୍ୟ ତାଲିକାର ୨ନଂ ସ୍ଥାନକୁ ଫେରିଛି ଗୁଜରାଟ। ବର୍ତ୍ତମାନ କରୋନା ଦ୍ୱାରା ରାଜ୍ୟର ୧୧,୩୭୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୫୯ ଜଣ ପ୍ରାଣ ହରାଇଛନ୍ତି। ୪,୪୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତୃତୀୟ ସ୍ଥାନରେ ତାମିଲନାଡୁରେ ୧୧,୨୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪,୧୭୨ ଜଣ ସୁସ୍ଥ ହୋଇଛନ୍ତି। ଦିଲ୍ଲୀ ସ୍ଥିତି ମଧ୍ୟ ସଂଗୀନ ରହିଛି। ଏଠାରେ ୧୦,୦୫୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୮୫ ଜଣ ସୁସ୍ଥ ହୋଇଥିବା ବେଳେ ୧୬୦ ଜଣ ପ୍ରାଣ ହରାଇଛନ୍ତି।

ଏହାବାଦ ଆନ୍ଧ୍ର ପ୍ରଦେଶରେ ୫୦, ଆସାମରେ ୨, ବିହାରରେ ୮, ଚଣ୍ଡିଗଡ଼ରେ ୩, ହରିଆଣାରେ ୧୪, ହିମାଚଳ ପ୍ରଦେଶରେ ୩, ଜମ୍ମୁ-କଶ୍ମୀରରେ ୧୩, ଝାରଖଣ୍ଡରେ ୩, କର୍ଣ୍ଣାଟକାରେ ୩୭, କେରଳରେ ୪, ମଧ୍ୟପ୍ରଦେଶରେ ୨୪୮, ମେଘାଳୟା ୧, ଓଡ଼ିଶାରେ ୪, ପୁଡୁଚେରୀରେ ୧, ପଞ୍ଜାବରେ ୩୫, ରାଜସ୍ଥାନ ୧୩୧, ତେଲେଙ୍ଗାନାରେ ୩୪, ଉତ୍ତରାଖଣ୍ଡରେ ୧, ଉତ୍ତର ପ୍ରଦେଶରେ ୧୦୪ ଓ ପଶ୍ଚିମବଙ୍ଗରେ ୨୩୮ ଜଣ ପ୍ରାଣ ହରାଇଛନ୍ତି।



from Odisha Reporter https://ift.tt/2X7nruJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages