ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଶ୍ମୀର ଉପରେ ବୟାନ ଦେଇ ଭାରତ ବିରୋଧରେ ବିଷ ଓକାରିଥିବା ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କୁ କଡ଼ା ଜବାବ ଦେଇଛନ୍ତି ଟିମ୍ ଇଣ୍ଡିଆର ଗବ୍ବର ଶିଖର ଧୱନ।
ଏହାପୂର୍ବରୁ ଅନେକ ଭାରତୀୟ କ୍ରିକେଟର ଓ ରାଜନେତା ଆଫ୍ରିଦିଙ୍କୁ ତୀବ୍ର ସମାଲୋଚନା କରିଥିଲେ। କଶ୍ମୀରରେ ପ୍ରଧାନମନ୍ତ୍ର ମୋଦି ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରିବା ସହ ମାନବାଧିକାର ଉଲ୍ଲଙ୍ଘନ କରୁଛନ୍ତି ଓ ସଂଖ୍ୟାଲଘୁଙ୍କ ଉପରେ ନିର୍ଯାତନା କରୁଛନ୍ତି ବୋଲି ଆଫ୍ରିଦି କହିଥିଲେ।
ଏହାକୁ ନେଇ ଗତକାଲି ଠାରୁ ବିବାଦ ଲାଗି ରହିଛି। ସୋଶାଲ ମିଡିଆରେ ଆଫ୍ରିଦିଙ୍କୁ ତୀବ୍ର ସମାଲୋଚନା କରାଯାଉଛି। ସ୍ଥିତି ଏପରି ହୋଇଥିଲା ଯେ ଗତକାଲି ପାକିସ୍ତାନ କିଛି ସମୟ ପାଇଁ ଟ୍ୱିଟରକୁ ନିଜ ଦେଶରେ ବନ୍ଦ କରିଦେଇଥିଲା।
ଏବେ ଶିଖର ଧୱନ ଟ୍ୱିଟ କରି ଆଫ୍ରିଦିଙ୍କୁ କଶ୍ମୀର ବାଣ ମାରିଛନ୍ତି। ସେ କହିଛନ୍ତି, “ବର୍ତ୍ତମାନ ସମୟରେ ପୂରା ବିଶ୍ୱ କରୋନା କଥା ଚିନ୍ତା କରୁଛି। ହେଲେ ଏହି ସମୟରେ ତୁମେମାନେ କଶ୍ମୀର କଥା କହିବାରେ ଲାଗିଛ। କଶ୍ମୀର ଆମର ଥିଲା, ଆମର ଅଛି ଓ ଆମର ରହିବ। ତୁମେମାନେ ଚାହିଁଲେ ୨୨ କୋଟି ଲୋକଙ୍କୁ ଆଣ, ହେଲେ ତୁମର ୨୨ କୋଟି ଲୋକଙ୍କୁ ଜବାବର ଦେବା ପାଇଁ ଆମର ଦେଢ଼ ଲକ୍ଷ ଲୋକ ସକ୍ଷମ। ବାକି ସଂଖ୍ୟା ତମେ ନିଜେ ଗଣିନେବ।”
ଏହାପୂର୍ବରୁ ଗୌତମ ଗମ୍ଭୀର ବି ଗତକାଲି ଆଫ୍ରିଦିଙ୍କ ଧଜିଆ ଉଡ଼ାଇଥିଲେ। ସେ କହିଥିଲେ, “ପାକିସ୍ତାନର ୭ ଲକ୍ଷ ଯବାନଙ୍କୁ ୨୦ କୋଟି ଲୋକ ସମର୍ଥନ କରୁଥିବା ୧୬ ବର୍ଷୀୟ ଆଫ୍ରିଦି କହୁଛନ୍ତି। ୭୦ ବର୍ଷ ହେଲା କେବଳ କଶ୍ମୀର ମାଗୁଛନ୍ତି। ଆଫ୍ରିଦି, ଇମରାନ ଓ ବାଜୱାଙ୍କ ଭଳି ଜୋକରମାନେ କେବଳ ଭାରତ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ କଥା କହି ପାକିସ୍ତାନର ଲୋକଙ୍କୁ ବୋକା ବନେଇବାରେ ଲାଗିଛନ୍ତି। ହେଲେ ବିଚାର ଦିନରେ ସେମାନେ କେବେ ହେଲେ କଶ୍ମୀର ପାଇପାରୁନାହାନ୍ତି। ବାଂଲାଦେଶ କଥା ମନେ ରଖିବା ଦରକାର।”
ହରଭଜନ ସିଂହ ଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟର ଚେତନ ଶର୍ମା ମଧ୍ୟ ଆଫ୍ରିଦିଙ୍କ ଭାରତ ବିରୋଧୀ ବୟାନ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଥିଲେ।
from Odisha Reporter https://ift.tt/2zK0OVi
No comments:
Post a Comment