କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଚାଲିଛି ଟିକ୍‌ଟକ୍‌‌ ମସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଚାଲିଛି ଟିକ୍‌ଟକ୍‌‌ ମସ୍ତି

ଭଦ୍ରକ(ପାର୍ଥ ସାରଥୀ ନାୟକ): କ୍ୱାରେଣ୍ଟାଇନ୍ ସେଣ୍ଟରରେ ଚାଲିଛି ଫୁଲ୍‌ ମସ୍ତି । ଭଦ୍ରକ ଜିଲ୍ଲାର ଏକ କ୍ୱାରେଣ୍ଟିନ୍ ସେଣ୍ଟରରୁ ଆସିଛି ଏମିତି କିଛି ଦୃଶ୍ୟ। ଏଠାରେ ଥିବା ଲୋକେ ଟିକ୍‌ଟକ୍‌ ଭିଡିଓ କରିବାରେ ବ୍ୟସ୍ତ ଅଛନ୍ତି। ନା ସେମାନଙ୍କ ମୁହଁରେ ଅଛି ମାସ୍କ ନା ପାଳନ କରୁଛନ୍ତି ସାମାଜିକ ଦୂରତ୍ୱର ନିୟମ।

ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଭାଟପଡ଼ା ପଞ୍ଚାୟତରେ ଥିବା ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ କିଛି କୋଲକାତା ଫେରନ୍ତାଙ୍କୁ ରଖାଯାଇଛି। କରୋନା ସଂକ୍ରମଣ ଏଡ଼ାଇବା ପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାର  ୭ ଦିନ ପରେ ହୋଇଥିବା ସ୍ୱାବ ଟେଷ୍ଟ ନେଗେଟିଭ ଆସିବା ପରେ ସେମାନେ ଘରକୁ ଯିବାକୁ ଜିଦ୍ ଧରିଛନ୍ତି।

କିନ୍ତୁ ପ୍ରଶାସନ ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଦେବାରୁ ସେମାନେ କ୍ୱାରେଣ୍ଟାଇନ୍ ସେଣ୍ଟରର ସବୁ ନିୟମ ଭାଙ୍ଗି ଟିକ୍‌ଟକ୍‌ ଭିଡିଓ କରିଛନ୍ତି। ସାମ୍ନାକୁ ଆସିଥିବା ଟିକ୍‌ଟକ୍ ଭିଡିଓ ଗୁଡ଼ିକରୁ କେଉଁଥିରେ ସେମାନେ ମେଳି କରି ନାଚୁଛନ୍ତି ତ ଆଉ କେଉଁଥିରେ ଯାତ୍ରା ଡାଏଲଗ୍‌ କହି କୋଳାକୋଳି ହୋଇ ପଡ଼ୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ଏହାକୁ ବିଭିନ୍ନ ମହଲରେ ଖୁବ୍‌ ନିନ୍ଦା କରାଯାଇଛି।

 

ଏହି ଲୋକମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି ସ୍ଥାନୀୟ ସରପଞ୍ଚ। ଅଭିଯୋଗ ପାଇବା ପରେ ତିହିଡ଼ି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି।



from Odisha Reporter https://ift.tt/3ffg1xZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages