ୱାଶିଂଟନ: ମହାମାରୀ କରୋନା ଭାଇରସ ଯୋଗୁ ବିଶ୍ୱର ସୁପରପାୱାର ଆମେରିକା ସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ପ୍ରତିଦିନ ଏଠାରେ ୧୪ ଶହରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବାରେ ଲାଗିଛନ୍ତି। ସେହିପରି ହଜାର ହଜାର ଲୋକ ଆକ୍ରାନ୍ତ ହେଉଛନ୍ତି।
ଗତ ୨୪ ଘଣ୍ଟାରେ ଏହି ଭାଇରସରେ ଆକ୍ରାନ୍ତ ହୋଇ ଆମେରିକାରେ ୧୪୫୦ ଜଣ ଲୋକ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୮,୫୯୮ରେ ପହଞ୍ଚି ଯାଇଛି। ଗୋଟିଏ ଦିନରେ ୨୭,୩୪୮ ଜଣ ନୂଆ ରୋଗୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୮୮,୧୨୨ ଛୁଇଁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୧,୭୮,୨୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଗତ ସପ୍ତାହରେ ଆମେରିକା ସ୍ଥିତି ସବୁଠାରୁ ଅଧିକ ଖରାପ ହୋଇଥିଲା। ବେଶ କିଛି ଦିନ ଧରି ଏଠାରେ ଦୈନିକ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଥିଲେ। ହେଲେ ଏବେ ମୃତକଙ୍କ ସଂଖ୍ୟା ଧୀରେଧୀରେ ହ୍ରାସ ପାଇବାରେ ଲାଗିଛି। କରୋନା ଯୋଗୁ ନ୍ୟୁୟର୍କ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ ୩,୨୩,୮୮୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୪,୬୪୮ ଜଣଙ୍କ ମୃତ୍ୟୁ ଘଟିଛି।
ନ୍ୟୁଜର୍ସିରେ ୭,୮୮୬, କାଲିଫର୍ଣ୍ଣିଆରେ ୨,୨୧୨, ମିଚଗାନରେ ୪,୪୦୯, ଫ୍ଲୋରିଡାରେ ୧୩୭୯, ଟେକ୍ସାସରେ ୮୮୮ ଓ ଇଣ୍ଡିଆନାରେ ୧୨୪୬ ଜଣ ଲୋକ ପ୍ରାଣ ହରାଇଛନ୍ତି।
from Odisha Reporter https://ift.tt/2Sym7Q9
No comments:
Post a Comment