ଆଜିଠୁ ଖୋଲିବ ମଦ ଦୋକାନ ଓ ସେଲୁନ, ଜାଣନ୍ତୁ କ’ଣ ରହିଛି ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 3, 2020

ଆଜିଠୁ ଖୋଲିବ ମଦ ଦୋକାନ ଓ ସେଲୁନ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ୩.୦ ଆଜିଠାରୁ ଆରମ୍ଭ ହୋଇଛି। ଏହା ମେ’ ୧୭ ତାରିଖ ଯାଏ କାର୍ଯ୍ୟକ୍ଷମ ହେବ। ତେବେ ପ୍ରଥମ ଦୁଇ ପର୍ଯ୍ୟାୟ ତୁଳନାରେ କେନ୍ଦ୍ର ସରକାର ତୃତୀୟ ପର୍ଯ୍ୟାୟ ଲକଡାଉନରେ କିଛି କୋହଳ ନୀତି ଆପଣାଇଛନ୍ତି।

ଆଜି ଠାରୁ ଗ୍ରୀନ ଓ ଅରେଞ୍ଜ ଜୋନରେ ସେଲୁନ ଓ ସ୍ପା’ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେହିପରି ଇ-କର୍ମସ କମ୍ପାନୀଗୁଡ଼ିକ ଏହି ଦୁଇଟି ଯାକ ଜୋନରେ ଅଣ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ଡେଲିଭରୀ କରିପାରିବେ। ରେଡଜୋନରେ ଏହି ସବୁ କାର୍ଯ୍ୟ ପାଇଁ ଅନୁମତି ମିଳିନାହିଁ।

କେନ୍ଦ୍ର ଗାଇଡଲାଇନ ଅନୁଯାୟୀ, ଗ୍ରୀନ, ଅରେଞ୍ଜ ଓ ରେଡ ଜୋନରେ ସର୍ତ୍ତ ମୂଳକ ଭାବେ ମଦ ଦୋକାନ ଖୋଲିବାକୁ କୁହାଯାଇଛି। କେବଳ କଣ୍ଟେନମେଣ୍ଟ ଅଞ୍ଚଳରେ ମଦ ଦୋକାନ ଖୋଲିପାରିବ ନାହିଁ। ମାର୍କେଟ ଓ ମଲ ମଧ୍ୟରେ ଥିବା ଦୋକାନ ବ୍ୟତୀତ ବିଭିନ୍ନ ସ୍ଥାନରେ ଥିବା ଗୋଟିକିଆ ମଦ ଦୋକାନ ଖୋଲିପାରିବ।

ମଦ ଦୋକାନ ଖୋଲିବାକୁ ଥିଲେ ମଧ୍ୟ ସେଠାରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ଏକକାଳୀନ ୫ ଜଣ ଗ୍ରାହକ ଦୋକାନରୁ ମଦ କିଣି ପାରିବେ। ସେହିପରି ପ୍ରତି ଗ୍ରାହକଙ୍କ ମଧ୍ୟରେ ୬ ଫୁଟ ଦୂରତା ରହିବ। ମାସ୍କ ପିନ୍ଧିବାକୁ ସମସ୍ତେ ବାଧ୍ୟ। ଦୋକାନୀମାନେ ସାନିଟାଇଜର ରଖିବେ ବୋଲି କୁହାଯାଇଛି।

ସେଲୁନ, ସ୍ପା ଓ ମଦ ଦୋନକା ଖୋଲିବାକୁ ପ୍ରଥମ ଦୁଇ ପର୍ଯ୍ୟାୟ ଲକଡାଉନ ବେଳେ ଅନୁମତି ମିଳି ନଥିଲା। ହେଲେ କେନ୍ଦ୍ର ସରକାର ଶୁକ୍ରବାର ଦେଶର ଲକଡାଉନ ଅବଧିକୁ ମେ’ ୪ ଠାରୁ ଦୁଇ ସପ୍ତାହ ପାଇଁ ବଢ଼ାଇବା ପାଇଁ ଘୋଷଣା କରି ନୂଆ ଗାଇଡଲାଇନ ଜାରି କରିଥିଲେ।

କେନ୍ଦ୍ରର ଗାଇଡଲାଇନକୁ ଭିତ୍ତି କରି କରୋନା ରେଡଜୋନରେ ଥିବା ଦିଲ୍ଲୀରେ ଆଜିଠାରୁ ୧୫୦ଟି ମଦ ଦୋନକା ଖୋଲିବ ବୋଲି ଜଣାପଡ଼ିଛି। ସେହିପରି କର୍ଣ୍ଣଟକା ଓ ମହାରାଷ୍ଟ୍ର ସରକାର ମଧ୍ୟ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି।



from Odisha Reporter https://ift.tt/3c2ddSG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages