ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାତାର ଦଶମ ଦିନ ପାଇଁ ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର। ଏହି ୧୦ ଦିନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ପ୍ରାୟ ୫ ଟଙ୍କାରୁ ଅଧିକ ବଢ଼ି ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଆଜି ବସ୍ ଭଡ଼ା ବଢ଼ାଇଛନ୍ତି ସରକାର।
ରାଜ୍ୟ ଘରୋଇ ବସ ମାଲିକ ସଂଘ ସମ୍ପାଦକଙ୍କ ସୂଚନା ମୁତାବକ, ଅର୍ଡିନାରୀ ବସ୍ ଭଡ଼ା ୬୭ ପଇସାରୁ ୭୦ ପଇସାକୁ ବୃଦ୍ଧି ପାଇଲା। ଏକ୍ସପ୍ରେସ ବସ୍ ଭଡ଼ା ୭୦ରୁ ୭୩ ପଇସାକୁ ବଢ଼ିଛି। ଡିଲକ୍ସ ଭଡ଼ା ୯୫ରୁ ୧ ଟଙ୍କା ୧ ପଇସାକୁ ବଢ଼ିଛି। ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୧୭ରୁ ୧ ଟଙ୍କା ୨୩କୁ ବଢ଼ିଲା।
from Odisha Reporter https://ift.tt/3frh0dG
No comments:
Post a Comment