ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 16, 2020

ନ୍ୟୁଜିଲ୍ୟାଣ୍ଡକୁ ଫେରିଲା କରୋନା

ୱେଲିଂଟନ୍‌: ସପ୍ତାହେ ତଳେ ନିଜକୁ କରୋନା ଦେଶ ମୁକ୍ତ ବୋଲି ନ୍ୟୁଜିଲ୍ୟାଣ୍ଡ ଘୋଷଣା କରିଥିଲା। ଏମିତିକି ଅନେକ ଲୋକ ସେଲିବ୍ରେସନ୍ ମଧ୍ୟ କରିଥିଲେ। ତେବେ ସେଠାକୁ ପୁଣି ଫେରିଛି କରୋନା। ଦୁଇ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ନ୍ୟୁଜିଲ୍ୟାଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ଏହି ଦୁଇ ଆକ୍ରାନ୍ତ ଆମେରିକାରୁ ଫେରିଥିଲେ।

ଆଉ ପଜିଟିଭ୍ କେସ୍ ନ ଆସିବା ପରେ ଗତ ସପ୍ତାହରେ ନ୍ୟୁଜିଲ୍ୟାଣ୍ଡ ସମସ୍ତ ସାମାଜିକ ଓ ଆର୍ଥିକ କଟକଣା ଉଠାଇ ଦେଇଥିଲା। କେବଳ ସୀମାରେ କଟକଣା ଥିଲା। ତେବେ ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡେନ୍ ସେତେବେଳେ ନୂଆ ପଜିଟିଭ୍ କେସ୍ ଆସିପାରେ ବୋଲି ସତର୍କ କରାଇ ଦେଇଥିଲେ। ଆଗକୁ ବିଦେଶରେ ଥିବା ଲୋକେ ଦେଶକୁ ଫେରିବେ। ତେଣୁ ପଜିଟିଭ୍ କେସ୍ ଦେଖାଯାଇପାରେ ବୋଲି ସେ କହିଥିଲେ।

ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡରେ ଏଯାବତ କରୋନାରେ ୨୨ ଜଣଙ୍କ ମୃତ୍ୟୁ ଘଟିଛି।



from Odisha Reporter https://ift.tt/3dacFK9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages